Latest Odisha News

BREAKING NEWS

ମହୁମାଛି ଆକ୍ରମଣରେ ୪ ଜଣ ଗୁରୁତର

ବାଙ୍ଗିରିପୋଷି: ବିନ୍ଧିଦେଲେ ମହୁମାଛି । ଆକ୍ରମଣରେ ୪ଜଣ ଗୁରୁତର ହୋଇଛନ୍ତି । ଏହି ଘଟଣା ଘଟିଛି ମୟୂରବଞ୍ଜ ଜିଲ୍ଲା ଦୁଆରଶୁଣି ଘାଟିରେ । ଗୁମ୍ଫା ବୁଲିବାକୁ ଯାଇଥିବା ବେଳେ ମହୁମାଛି ଆକ୍ରମଣ ହୋଇଛି ।

୩ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ଜଣଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ କର୍ମଚାରୀ । ସେମାନଙ୍କର ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି । ଦୁଆରଶୁଣି ଘାଟିରେ ଥିବା ଗୁମ୍ଫା ବୁଲିବାକୁ ଯାଇଥିବା ବେଳେ ମହୁମାଛି ଆକ୍ରମଣ କରିଥିଲେ ।

Leave A Reply

Your email address will not be published.