Latest Odisha News

BREAKING NEWS

ମା’ କାତ୍ୟାୟନୀ

ନବରାତ୍ରର ନବସ୍ୱରୂପର ଷଷ୍ଠ ରୂପ ‘ମା’ କାତ୍ୟାୟନୀ ’

ଆଜି ନବରାତ୍ରୀର ଷଷ୍ଠ ଦିନ। ଶାସ୍ତ୍ର ଅନୁସାରେ ଏହି ଦିନ ଆଦି ଶକ୍ତି ମା’ ଦୁର୍ଗାଙ୍କୁ କାତ୍ୟାୟନୀ ରୂପରେ ପୂଜା କରାଯାଏ। ଦେବୀଙ୍କର ଏହି ସ୍ଵରୂପକୁ କନ୍ୟାମାନେ ପୂଜା କଲେ ଯୋଗ୍ୟ ଜୀବନସାଥୀ ପ୍ରାପ୍ତ ହୋଇଥାଏ ବୋଲି ମାନ୍ୟତା ଅଛି । ମାତାଙ୍କ ଅଲୌକିକ ତେଜ ଏବଂ ପ୍ରତାପରେ ରୋଗ, ଶୋକ, ସଂତାପ, ଭୟ ବିନାଶ ହୋଇଥାଏ। ମା’ କାତ୍ୟାୟନୀ ତାଙ୍କ ଭକ୍ତଙ୍କ ପ୍ରତି ସର୍ବଦା ଉଦାର ଭାବ ରଖିଥାନ୍ତି।

ମା’ କାତ୍ୟାୟନୀ ଚତୁର୍ଭୁଜା ହୋଇଥିବାବେଳେ, ଦୁଇ ହାତରେ କମଳ ଓ ଖଣ୍ଡାଧରି ବସିଛନ୍ତି,ଆଉ ଅନ୍ୟ ଦୁଇହାତ ଜଗତର ମଙ୍ଗଳ ପାଇଁ ଆଶୀର୍ବାଦ ଦେଉଛନ୍ତି । ମାଆଙ୍କର ବାହାନ ହେଉଛି ସିଂହ। ଏହି ରୂପରେ ମା’ଙ୍କର ତେଜମୟୀ ଭାବରେ ଭକ୍ତଙ୍କ ମନୋକାମନା ପୂର୍ଣ୍ଣ କରିଥାନ୍ତି । ମା’ଙ୍କ ଆରାଧନାରେ :-

ଷଷ୍ଠରେ ମା’ ତୁମ କାତ୍ୟାୟନୀ ବେଶ
ସ୍ବର୍ଣ୍ଣାଭ ରୂପ ଶୋଭିବ
ଧର୍ମ , ଅର୍ଥ, କାମ, ମୋକ୍ଷ ପରୁଷାର୍ଥ
ସତେ କି ପ୍ରାପ୍ତି ହୋଇବ ।

ପୌରାଣିକ କଥାବସ୍ତୁ ଅନୁସାରେ ମା’ ଦୁର୍ଗାଙ୍କର ଜଣେ ଶ୍ରେଷ୍ଠ ଭକ୍ତ ଥିଲେ ଋଷି କାତ୍ୟାୟନ। ତାଙ୍କର ତପସ୍ୟାରେ ମାତା ପ୍ରସନ୍ନ ହୋଇ କାତ୍ୟାୟନଙ୍କ ଘରେ ପୁତ୍ରୀ ଭାବରେ ପ୍ରକଟ ହୋଇଥିବାରୁ ମାତାଙ୍କର ନାମ କାତ୍ୟାୟନୀ ରହିଛି। କଥାରେ ଅଛି ଭଗବାନ ଶ୍ରୀରାମ ଏବଂ ଶ୍ରୀକୃଷ୍ଣ ମାତା କାତ୍ୟାୟନୀଙ୍କୁ ପୂଜା କରିଥିଲେ। ମା’ କାତ୍ୟାୟନୀ ମହିସାଷୁରକୁ ବଦ୍ଧ କରି ଜଗତକୁ ଅଭୟ ପ୍ରଦାନ କରିଥିଲେ।

ମାତା କାତ୍ୟାୟନୀ ମହିଷାସୁରକୁ ବଦ୍ଧ କରିଥିଲେ । ସେଥିପାଇଁ ତାଙ୍କୁ ପାପୀ, ଅସୁର, ଦାନବଙ୍କୁ ନାଶ କରୁଥିବା ଦେବୀ ବୋଲି କୁହାଯାଏ। କୁହାଯାଏ ମା’ କାତ୍ୟାୟନୀଙ୍କୁ ପୂଜା କଲେ ବ୍ୟକ୍ତିକୁ ତାର ସମସ୍ତ ଇନ୍ଦ୍ରୀୟ ବଶ କରିବାର ଶକ୍ତି ପ୍ରାପ୍ତ ହୋଇଥାଏ ।

Leave A Reply

Your email address will not be published.