ଭୁବନେଶ୍ୱର: କଥାରେ ଅଛି ଆଚାରେ ଲକ୍ଷ୍ମୀ, ବିଚାରେ ପଣ୍ଡିତ । ଯେଉଁ ଘରେ ଚାର ବିଚାର ଠିକଥାଏ, ମାଆ ଲକ୍ଷ୍ମୀ ସେହି ଘରେ ବାସ କରନ୍ତି ବୋଲି କୁହାଯାଏ ।
ଆହୁରି ମଧ୍ୟ ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଘରର ମହିଳାଙ୍କୁ ମାଆ ଲକ୍ଷ୍ମୀଙ୍କର ସ୍ୱରୂପ ଭାବେ ବିବେଚନା କରାଯାଏ। ଯେଉଁ ଘରେ ଗୃହର ଲକ୍ଷ୍ମୀ ପ୍ରସନ୍ନ ଓ ଖୁସି ରୁହନ୍ତି ସେଠାରେ ଦେବୀ ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ ବୋଲି ବିଶ୍ୱାସ ରହିଛି ।
ତେବେ ମା’ଲକ୍ଷ୍ମୀ ସନ୍ତୁଷ୍ଟ ହେଲେ ଘର ଧନଧାନ୍ୟ, ସୁଖଶାନ୍ତିରେ ଭରି ଯାଏ ।
ତେବେ ଯେଉଁ ଘରେ ଗୃହଲକ୍ଷ୍ମୀ ତଥା ଘରର ସ୍ତ୍ରୀ ମାନେ ଖୁସି ରୁହନ୍ତି ସେ ଘରେ ଲକ୍ଷ୍ମୀ ବାସ କରନ୍ତି ବୋଲି କୁହାଯାଏ ।
ବୁଧବାର କିମ୍ବା ଶୁକ୍ରବାର ଦିନ ଗୃହର ଲକ୍ଷ୍ମୀଙ୍କୁ ବସ୍ତ୍ର ଦିଅନ୍ତୁ। ପତ୍ନୀଙ୍କ ବ୍ୟବତୀତ ଘରେ ଥିବା ଭଉଣୀ ଓ ମା’ଙ୍କୁ ମଧ୍ୟ ବସ୍ତ୍ର ଦେଇ ପାରିବେ।
ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଆଦି ଆଭୂଷଣ ମା’ଲକ୍ଷ୍ମୀଙ୍କୁ ଖୁବ ପସନ୍ଦ। ତେବେ ନିଜ ପତ୍ନୀଙ୍କୁ ସୁନାର ଅଳଙ୍କାର ପ୍ରଦାନ କରିବା ଉଚିତ।
ସଧବାଙ୍କ ସାମଗ୍ରୀ ଯେପରି ସିନ୍ଦୂର, ବିନ୍ଦି, ଚୁଡ଼ି ଆଦି ଉପହାର ନିଜ ପତ୍ନୀଙ୍କୁ ଦିଅନ୍ତୁ। ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀ ଖୁବ ପ୍ରସନ୍ନ ହୁଅନ୍ତି।
ଏହି ସମସ୍ତ ଦ୍ରବ୍ୟ ବ୍ୟତୀତ ଅନ୍ୟ ଏକ ବିଶେଷ ଦ୍ରବ୍ୟ ରହିଛି, ଯାହାକୁ ଉପହାର ସ୍ୱରୂପ ଦେବା ପାଇଁ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ିନଥାଏ। ତାହା ହେଉଛି ପତ୍ନୀଙ୍କୁ ଉପଯୁକ୍ତ ସମ୍ମାନ ଓ ମଧୁର ବଚନ।
ଏହି ସମସ୍ତ ଉପାୟ ଆପଣେଇଲେ ମା’ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହେବାସହ ଘରେ ସୁଖଶାନ୍ତିର ବାତାବରଣ ରହିଥାଏ।
Comments are closed.