Latest Odisha News

BREAKING NEWS

ନାଗରିକତା ସଂଶୋଧନ ବିଲ୍: ଆସାମରେ କର୍ଫ୍ୟୁ ପରେ ଏବେ ଶିଲଂରେ ଉତ୍ତେଜନା, ଇଣ୍ଟରନେଟ୍ ସେବା ବନ୍ଦ

ଗୌହାଟୀ: ଅନେକ ତର୍କବିତର୍କ ପରେ ନାଗରିକତା ସଂଶୋଧନ ବିଲ୍ ରାଜ୍ୟସଭାରେ ଗୃହିତ ହେବାପରେ ଏହାକୁ ବିରୋଧ କରି ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଗୁଡିକରେ ତୀବ୍ର ଉତ୍ତେଜନା ଦେଖାଦେଇଛି ।

ପ୍ରାପ୍ତ ସୂଚନାନୁଯାୟୀ ଆସାମର ବିଭିନ୍ନ ସ୍ଥାନରେ ସରକାରଙ୍କ ପକ୍ଷରୁ କର୍ଫ୍ୟୁ ଲାଗୁ କରାଯାଇଥିବା ବେଳେ ଏବେ ମେଘାଳୟର ଶିଲଂରେ ୨ ଦିନ ଯାଏଁ ଇଣ୍ଟରନେଟ୍ ସେବା ବନ୍ଦ କରାଯିବା ସହ କିଛି ସ୍ଥାନରେ କର୍ଫ୍ୟୁ ମଧ୍ୟ ଲଗାଯାଇଛି ।

ଏପରିକି ମେଘାଳୟରେ ଉତ୍ତେଜିତ ଜନସାଧାରଣ ବ୍ୟାନର ଓ ପୋଷ୍ଟର ଧରି ‘କୋନାର୍ଡ ଗୋ ବ୍ୟାକ୍’ ବୋଲି ନାରା ଲଗାଇବା ସହ ଜବରଦସ୍ତ ବିରୋଧ ପ୍ରଦର୍ଶନ କରିଛନ୍ତି ।

ଅନ୍ୟପକ୍ଷରେ ଗତକାଲି ଆସାମରେ ବିକ୍ଷୋଭ ଜାରି ରହିଥିବା ବେଳେ ବିକ୍ଷୋଭକାରୀ ଓ ପୋଲିସଙ୍କ ମଧ୍ୟରେ ମୁହାଁମୁହିଁ ହେବା ସହ ପାଖାପାଖି ୨ ଜଣଙ୍କର ମୃତ୍ୟୁ ଘଟିଛି ।

ଜାଣନ୍ତୁ, କ’ଣ ଏହି ନାଗରିକ ସଂଶୋଧନ ବିଲ୍

ଏହି ବିଲ୍ ଅନୁଯାୟୀ ୨୦୧୪ ମସିହା ଡିସେମ୍ବର ୩୧ ତାରିଖ ସୁଦ୍ଧା ଭାରତକୁ ଶରଣାର୍ଥୀ ହୋଇ ଆସିଥିବା ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ହିନ୍ଦୁ, ଶିଖ, ପାର୍ସୀ, ଜୈନ ଓ ବୌଦ୍ଧ ଧର୍ମାବଲମ୍ବୀ ଲୋକଙ୍କୁ ଭାରତ ସରକାର ନାଗରରିକତା ପ୍ରଦାନ କରିବେ ।

ସୂଚନାଯୋଗ୍ୟ, ଶରଣାର୍ଥୀଙ୍କୁ ଭାରତର ନାଗରିକତା ମିଳିଲେ ଉତ୍ତରପୂର୍ବ ରାଜ୍ୟର ଲୋକମାନେ ସେମାନଙ୍କର ଜୀବିକା ହରାଇବେ ବୋଲି ଆଶାଙ୍କା କରାଯାଉଛି । କାରଣ ବର୍ତ୍ତମାନ ସମୟରେ ଏହି ରାଜ୍ୟଗୁଡିକରେ ଅଧିକାଂଶ ଶରଣାର୍ଥୀ ରହୁଛନ୍ତି । ପୂର୍ବରୁ ୧୯୫୧ରୁ ୧୯୭୧ ମସିହା ଯାଏଁ ଆସାମବାସୀ ଶରଣାର୍ଥୀଙ୍କ ବୋଝ ସମ୍ଭାଳିଥିଲେ ଯୁକ୍ତି ବାଢିଛନ୍ତି ।

Leave A Reply

Your email address will not be published.