Latest Odisha News

ରାତି ପାହିଲେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା

କଳାହାଣ୍ଡି : ରାତି ପାହିଲେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ମହାମାରୀ କରୋନା ପାଇଁ ଏଥର ବିନା ଭକ୍ତରେ ହେବ ଛତର ଯାତ୍ରା । ଆଜି ରାତି ୮ଟାରୁ ଆସନ୍ତାକାଲି ଅପରାହ୍ନ ୪ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି ହେବ । ଭବାନୀପାଟଣା ସହରର ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯିବ । ସୁରକ୍ଷା ପାଇଁ ପ୍ରାୟ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ।

ପ୍ରଶାସନର ବାରଣ ସତ୍ତ୍ବେ ବଳି ବଜାରରେ ଭିଡ ଲାଗିଛି । ଆସନ୍ତାକାଲି ମା’ଙ୍କ ଗୁପ୍ତ ପୂଜା ପରେ ମା’ଙ୍କ ପୀଠରେ ଅଷ୍ଟବଳି ପଡିବ । ପରେ ମନ୍ଦିରର ଉତ୍ତର ବେଢ଼ାରେ ଥିବା ମହାକାଳ ଭୈରବଙ୍କ ପାଖରେ ପୋଢ଼ବଳି ଦିଆଯିବ । ଏହାପରେ ମା’ଙ୍କ ଛତରକୁ ଭବାନୀପାଟଣା ସହରର ପଶ୍ଚିମ ଉପକଣ୍ଠରେ ଥିବା ଜେନାଖାଲକୁ ନିଆଯାଇଥାଏ । ସେଠାରେ ଗୁପ୍ତ ପୂଜା ପରେ ମା’ଙ୍କ ବିଜୟ ପ୍ରତିମା ଛତର ମନ୍ଦିର ଅଭିମୂଖେ ପ୍ରତ୍ୟାବର୍ତ୍ତନ କରିଥାନ୍ତି । ଏହି ସମୟରେ ମାନସିକଧାରୀ ହଜାର ହଜାର ସଂଖ୍ୟାରେ ବଳି ପକାଇଥାନ୍ତି । ଚଳିତ ବର୍ଷ ପ୍ରଥମ ଥର ପାଇଁ ଛତର ଯାତ୍ରାର ସିଧାପ୍ରସାରଣ ହେବ । ଭକ୍ତ ମାନେ ଟିଭି, ଫେସବୁକ ଓ ୟୁଟ୍ୟୁବରେ ଲାଇଭ ଦେଖିପାରିବେ ।

Comments are closed.