Latest Odisha News

BREAKING NEWS

ଦିଲ୍ଲୀ ଏନସିଆର ଓ ଉତ୍ତରପ୍ରଦେଶରେ ଏନଆଇଏର ରେଡ୍

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ବୃଦ୍ଧି ପାଉଛି ଆତଙ୍କବାଦୀ କାର୍ଯ୍ୟକଳାପ । ଖାସ କରି ଚିନ୍ତାର କାରଣ ପାଲଟିଛି ଜାମ୍ମୁ-କାଶ୍ମୀର । ଏଠାରେ ଏବେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ବୃଦ୍ଧି ପାଉଥିବା ଆତଙ୍କବାଦୀ କାର୍ଯ୍ୟକଳାପ ଦୃଷ୍ଟିରେ ରଖି ଜାମ୍ମୁ-କାଶ୍ମୀର ସମେତ ଦିଲ୍ଲୀ ଏନସିଆର ଓ ଉତ୍ତରପ୍ରଦେଶର ୧୮ଟି ସ୍ଥାନରେ ରେଡ୍ କରିଛି ଏନଆଇଏ । ଜମ୍ମୁ-କାଶ୍ମୀରର କାକାପୁରସ୍ଥିତ ଓଓ୍ବେସି ଅହମ୍ମଦ ଦରଙ୍କ ବାସଭବନରେ ଚଢ଼ାଉ କରିଛି ଏନଆଇଏ ।

ଗତ କିଛି ଦିନରେ କାଶ୍ମୀରରେ ହୋଇଥିବା ଆତଙ୍କୀ ହମଲାରେ ସମ୍ପୃକ୍ତି ସନ୍ଦେହରେ ଅହମ୍ମଦ ଦରଙ୍କ ଘରେ ଚଢ଼ାଉ ହୋଇଛି । ଲସ୍କର-ଏ-ତୋଏବା, ଜୈଶ-ଏ-ମହମ୍ମଦ, ହିଜବୁଲ ମୁଜାହିଦ୍ଦିନ, ଅଲ ବାର ଆଦି ଆତଙ୍କୀ ସଙ୍ଗଠନ ସହ ସମ୍ପୃକ୍ତି ସନ୍ଦେହରେ କାଶ୍ମୀରରେ ଏହି ଚଢ଼ାଉ କରିଛି ଏନଆଇଏ । ସେହିପରି ନକଲି ବନ୍ଧୁକ ଲାଇସେନ୍ସ ଦୁର୍ନୀତି ମାମଲରେ ଜାମ୍ମୁ-କାଶ୍ମୀରର ପୂର୍ବତନ ଉପରାଜ୍ୟପାଳଙ୍କ ପରାମର୍ଶଦାତା ବସିର ଅହମ୍ମଦ ଖାନଙ୍କ ଘରେ ଚଢ଼ାଉ କରିଛି ସିବିଆଇ । ଶ୍ରୀନଗରର ବୁଲବୁଲ ବାଗସ୍ଥିତ ବସିର ଅହମ୍ମଦ ଖାନଙ୍କ ବାସଭବନରେ ଏହି ଚଢ଼ାଉ ହୋଇଛି ।

Leave A Reply

Your email address will not be published.