Latest Odisha News

BREAKING NEWS

ଜାନୁଆରୀ ୩ରୁ ଖୋଲିବ ମାଆ ସମଲେଶ୍ୱରୀଙ୍କ ମନ୍ଦିର, ଏକାସଙ୍ଗେ ମନ୍ଦିର ଭିତରକୁ ୫ଜଣ ଭକ୍ତଙ୍କୁ ପ୍ରବେଶ ଅନୁମତି

ସମ୍ୱଲପୁର: ଜାନୁଆରୀ ୩ ତାରିଖରେ ଖୋଲିବ ସମ୍ୱଲପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ମନ୍ଦିର । ମନ୍ଦିର ଖୋଲିବା ଓ ଦର୍ଶନ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏସଓପି ଜାରି ହୋଇଛି । ୩ ରୁ ୭ ତାରିଖ ଯାଏଁ ସମ୍ବଲପୁରବାସୀ ମାଆଙ୍କୁ ଦର୍ଶନ କରିପାରିବେ । ଆସନ୍ତା ୭ ତାରିଖ ପରେ ବାହାର ଭକ୍ତଙ୍କୁ ମିଳିବ ଦର୍ଶନ ଅନୁମତି ।

ମାଆଙ୍କ ଦର୍ଶନ ପାଇଁ ସ୍ଥାନୀୟ ବାସିନ୍ଦାଙ୍କୁ ପରିଚୟପତ୍ର ଦେଖାଇବା ବାଧ୍ୟତାମୂଳକ । ସମ୍ବଲପୁରରେ ରହୁଥିବା କର୍ମଜୀବୀ ମଧ୍ୟ କରିପାରିବେ ଦର୍ଶନ । ଏକା ସଙ୍ଗେ ୫ଜଣ ଭକ୍ତଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ଦିଆଯାଇଛି । ଶିଶୁ ଓ ବୟସ୍କ ଲୋକଙ୍କୁ ମନ୍ଦିରକୁ ନଆସିବା ପାଇଁ ଅନୁରୋଧ କରାଯାଇଛି । ମାସ୍କ ପିନ୍ଧିବା ଓ କୋଭିଡ୍ କଟକଣା କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି ।

Comments are closed.