Latest Odisha News

BREAKING NEWS

ପରଲୋକରେ ପୂର୍ବତନ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝୀ

ଭୁବନେଶ୍ୱର: ପରଲୋକରେ ପୂର୍ବତନ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝୀ । ଗତକାଲି ବିଳମ୍ବିତ ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଭୁବନେଶ୍ୱର ସ୍ଥିତ ବାସଭବନରେ ଦେହାନ୍ତ ହୋଇଥିବା ନେଇ ସୂଚନା ଦେଇଛନ୍ତି ତାଙ୍କ ପୁଅ କୃଷ୍ଣଚନ୍ଦ୍ର ମାଝୀ । ଗତକାରି ରାତିରେ ହଠାତ୍ ଅସୁସ୍ଥତା ଅନୁଭବ କରିଥିଲେ ଦୁର୍ଯ୍ୟୋଧନ ମାଝୀ । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ରାତି ପ୍ରାୟ ୩ଟା ବେଳେ ତାଙ୍କର ପରଲୋକ ହୋଇଥିଲା । ପାର୍ଥିବ ଶରୀରକୁ ଆଜି ଜନ୍ମମାଟି ନୂଆପଡ଼ା ଜିଲ୍ଲାକୁ ନିଆଯିବ । ଦୁର୍ଯ୍ୟୋଧନ ମାଝୀଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ଆବର୍ତ୍ତମାନରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ବହୁ ରାଜନେତା ।

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ନିର୍ବାଚନ ମଣ୍ଡଳୀରୁ ୫ ଥର ବିଧାୟକ ଥିଲେ ଦୁର୍ୟ୍ୟୋଧନ ମାଝୀ । ୧୯୯୦ରେ ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଲଗାତାର ଦୁଇ ଥର (୧୯୯୦-୧୯୯୫, ୧୯୯୫-୨୦୦୦) ଜନତା ଦଳ ଟିକେଟରେ ହୋଇଥିଲେ ବିଧାୟକ । ପରେ ୨୦୦୦ ଓ ୨୦୦୪ରେ ବିଜେଡି ଟିକେଟରେ ନିର୍ବାଚନ ଜିତିଥିଲେ ।

୨୦୧୪ ବିଧାନସଭା ନିର୍ବାଚନରେ ସେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ ଦୁର୍ୟ୍ୟୋଧନ ମାଝୀ । ନିର୍ବାଚନରେ ବିଜୟୀ ହୋଇ ପଞ୍ଚମ ଥର ଆସିଥିଲେ ବିଧାନସଭା । ସେ ରାଜ୍ୟରେ ସୂଚନା ଓ ଲୋକସମ୍ପର୍କ, ସ୍ୱାସ୍ଥ୍ୟ, ଯୋଜନା ଓ ସମନ୍ୱୟ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ ବି ଥିଲେ ।

Leave A Reply

Your email address will not be published.