Latest Odisha News

BREAKING NEWS

ମା’ ସୁନାଦେଈଙ୍କ ବୁଏଲ ଯାତ୍ରା ସମ୍ପନ୍ନ, ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ

ନୂଆପଡ଼ା: ସୁନାବେଡ଼ାରେ ବହୁ ପ୍ରସିଦ୍ଧ ମା’ ସୁନାଦେଈଙ୍କ ବୁଏଲ ଯାତ୍ରା ସମ୍ପନ୍ନ ହୋଇଛି। ସୁନାବେଡ଼ା ଅଞ୍ଚଳର ୮୪ଟି ଛୋଟ ବଡ଼ ସାହିର ଇଷ୍ଟଦେବୀ ହେଉଛନ୍ତି ମା’ ସୁନାଦେଈ। ମା’ ସୁନାଦେଈଙ୍କ ଯାତ୍ରା ବର୍ଷକୁ ଦୁଇଥର ହୋଇଥାଏ। ମାତ୍ର ଅଶ୍ୱିନୀ ମାସ ପୂର୍ଣ୍ଣିମା ତିଥିରେ ହେଉଥିବା ବୁଏଲ ଯାତ୍ରା ନିଆରା। ଅମାବାସ୍ୟ ତିଥିରୁ ମାଆଙ୍କଠାରେ ଜାଗର ଦ୍ୱୀପ ଜାଳି ଦୀର୍ଘ ୧୫ଦିନ ପୂଜା ହୋଇଥାଏ। ଏହି ଦିନ ମା’ଙ୍କ ଦର୍ଶନ କଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି।

ବୁଏଲ ଯାତ୍ରାରେ ମାନସିକଧାରୀ ଶ୍ରଦ୍ଧାଳୁ ନିଜର ମନସ୍କାମନା ପୂର୍ଣ୍ଣ ହେବା ପରେ ମା’ଙ୍କ ପାଖରେ ବଳି ଦେଇ ମା’ଙ୍କୁ ଦର୍ଶନ କରିଥାନ୍ତି। ପ୍ରତ୍ୟେକ ବର୍ଷ ମାଆଙ୍କୁ ଦର୍ଶନ କରିବା ପାଇଁ ସ୍ଥାନୀୟ ଭକ୍ତଙ୍କ ସହିତ ବଲାଙ୍ଗିର, ବରଗଡ଼, କଳାହାଣ୍ଡି, ସମ୍ବଲପୁର ସମେତ ପଡ଼ୋଶୀ ଛତିଶଗଡ଼ ରାଜ୍ୟରୁ ହଜାର ହଜାର ଶ୍ରଦ୍ଧାଳୁ ଆସିଥାନ୍ତି। ଯାତ୍ରା ସହ ବିଭିନ୍ନ ପ୍ରକାର ବଜାର ସାମଗ୍ରୀ କିଣାକିଣି କରୁଥିଲେ।

ଅନ୍ୟ ବର୍ଷ କେବଳ ବୁଏଲ ଯାତ୍ରା ଦିନ ଭିଡ଼ ଦେଖିବାକୁ ମିଳୁଥିଲା। ଏବର୍ଷ ଦୀର୍ଘ ୧୫ଦିନ ଯାଏଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା। ପୂର୍ବ ନିର୍ଦ୍ଦେଶ ଅନୁଯାୟୀ, କୁଆଁର ପୁର୍ଣ୍ଣିମାରେ ଶ୍ରଦ୍ଧାଳୁଙ୍କୁ ସୁନାବେଡ଼ା ବାରଣ କରିଥିଲା ପ୍ରଶାସନ। ମାତ୍ର ପୂର୍ବ ଦିନରୁ ପହଞ୍ଚି ସାରିଥିଲେ ହଜାର ହଜାର ଭକ୍ତ।
ର ଭକ୍ତ।

Leave A Reply

Your email address will not be published.