Latest Odisha News

BREAKING NEWS

ପୁଅକୁ ଭେଟିବାକୁ ଜେଲରେ ପହଞ୍ଚିଲେ ଶାହାରୁଖ ଖାନ୍

ମୁମ୍ବାଇ: ପୁଅକୁ ଭେଟିବାକୁ ବଲିଉଡ଼ ସୁପରଷ୍ଟାର ଶାହରୁଖ ଖାନ ଆର୍ଥର ରୋଡ଼ ଜେଲରେ ପହଞ୍ଚିଛନ୍ତି। ଅକ୍ଟୋବର ୮ରୁ ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଗିରଫ ହେବା ପରେ ଜେଲରେ ଅଛନ୍ତି ଆର୍ଯ୍ୟନ୍ ଖାନ୍। ଏବେ ଯାଏଁ ତାଙ୍କ ଜାମିନ ଆବେଦନ ହୋଇପାରିନାହିଁ।

ପରିଦର୍ଶନ ବିଭାଗରେ ଶାହାରୁଖ ଖାନଙ୍କ ସାକ୍ଷାତ ପ୍ରାୟ ୧୬ରୁ ୧୮ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ସେମାନେ ଇଣ୍ଟର କମ୍ ଉପରେ କଥା ହୋଇଥିଲେ। ଶାହାରୁଖ ଖାନ ତାଙ୍କ ପୁଅଙ୍କ ସହ କଥା ହେବାବେଳେ ଜେଲ କର୍ତ୍ତୃପକ୍ଷ ଏହି ବିଭାଗରେ ଉପସ୍ଥିତ ଥିଲେ।

ଅନ୍ୟପଟେ ଗତକାଲି ଆର୍ଯ୍ୟନଙ୍କ ଜାମିନ ଆବେଦନ ଶୁଣାଣି ଥିଲା। କିନ୍ତୁ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତ କୋର୍ଟ। ଏହି ମାମଲରେ ଜାମିନ ମାଗିବା ପାଇଁ ବମ୍ବେ ଉଚ୍ଚ ନ୍ୟାୟାଳୟକୁ ଆବେଦନ କରିଛନ୍ତି।

Leave A Reply

Your email address will not be published.