Latest Odisha News

BREAKING NEWS

କେହି ନିଲାମ ନଧରିବାରୁ ଖୋଲା ବଜାରରେ ବିକ୍ରି ହେଲା ମା’ ତାରିଣୀଙ୍କ ନଡ଼ିଆ

କେନ୍ଦୁଝର: ଖୋଲା ବଜାରରେ ବିକ୍ରି ହେଉଛି ଘଟଗାଁ ମା’ ତାରିଣୀଙ୍କ ନଡ଼ିଆ । କେହି ନିଲାମ ନଧରିବାରୁ ମନ୍ଦିର ପ୍ରଶାସନ ବାଧ୍ୟ ହୋଇ ଏଭଳି ନିଷ୍ପତ୍ତି ନେଇଛି । ଗତକାଲି ଗୋଟିଏ ଦିନରେ  ପ୍ରାୟ ୨ ହଜାର ୯୧୦ଟି ନଡ଼ିଆ ବିକ୍ରି ହୋଇଛି । ଘଟଗାଁରେ ନିଲାମ ନହୋଇ ପଡ଼ିରହିଛି ୧୨ ଲକ୍ଷ ମାନସିକ ନଡ଼ିଆ । ମାନସିକ ନଡ଼ିଆ ନିଲାମ ପାଇଁ ଟେଣ୍ଡର ଡକାଯାଇଥିଲା  । ହେଲେ କେହି ଟେଣ୍ଡର ନେଇନଥିଲେ । ଫଳରେ ୧୨ ଲକ୍ଷ ମାନସିକ ନଡ଼ିଆ ନଷ୍ଟ ହୋଇଯିବା ଆଶଙ୍କା ଦେଖାଦେଇଛି ।

ପୂର୍ବରୁ ନିଲାମଧାରୀ ଜିତେନ୍ଦ୍ର ନାରାୟଣ ଜେନା ନଡ଼ିଆ ଗୋଟା ୪ଟଙ୍କା ୬୫ ପଇସାରେ କିଣିବାକୁ ଚୁକ୍ତି କରିଥିଲେ । ସେ ଏହି ପ୍ରକ୍ରିୟାରୁ ଓହରିବା ପରେ ଏବେ ନଡ଼ିଆ ଗୋଟା ୩ ଟଙ୍କା ୭୦ ପଇସାରେ କିଣିବାକୁ କେହି ରାଜି ହୋଇନଥିଲେ । ଜିତେନ୍ଦ୍ର ନାରାୟଣ ଜେନା ଟେଣ୍ଡରରୁ ଓହରିବା ପରେ ମାନସିକ ନଡ଼ିଆ ନେବା ପାଇଁ ୪ ଥର ଟେଣ୍ଡର ଡକାଯାଇଥିଲା । ହେଲେ ଏଥିରେ କେହି ଅଂଶଗ୍ରହଣ କରିନଥିଲେ । ଯାହା ଫଳରେ ମନ୍ଦିର ପ୍ରଶାସନ ଖୋଲା ବଜାରରେ ନଡ଼ିଆ ବିକ୍ରି କରିବା ପାଇଁ ନିଷ୍ପତି ନେଇଛି  ।

Leave A Reply

Your email address will not be published.