Latest Odisha News

BREAKING NEWS

ପ୍ରଥମ ଥର ବିମାନରେ ଯାତ୍ରା କଲେ ଆଦିମ ଜନଜାତି

ତାଞ୍ଜାନିଆ: ବିଶ୍ୱର ଅନେକ ଦେଶରେ ଆଜି ବି ବହୁ ଜନଜାତିର ଲୋକ ଅଛନ୍ତି, ଯେଉଁମାନେ ସେମାନଙ୍କ ଚାଲିଚଳନରୁ ବାହାରି ପାରି ନାହାନ୍ତି । ଏମିତି କି ସେମାନେ ଶହ ଶହ ବର୍ଷ ଧରି ନିଜର ପରମ୍ପରା ଓ ଚଳଣିକୁ ଜାବୁଡ଼ି ଧରିଥିବାରୁ ସେଥିରୁ ବାହାରିବାକୁ ସେମାନେ ଅନାଗ୍ରହୀ । ସେମାନେ ମନେ କରନ୍ତି ଯେ, ଜଙ୍ଗଲ,ଝରଣା, ପାହାଡ଼, ପର୍ବତ ହେଉଛି ସେମାନଙ୍କ ଜୀବନ । ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ଅପେକ୍ଷା ଜଙ୍ଗଲ ଘେରା ପାହାଡ଼ ପର୍ବତରେ ସେମାନେ ପାଆନ୍ତି ଅଫୁରନ୍ତି ଆନନ୍ଦ । କେବଳ ଭାରତରେ ନୁହେଁ, ଆଫ୍ରିକା ପରି ଦେଶରେ ବି ଜନଜାତିମାନେ ସହର ସହିତ ଯୋଡ଼ି ହେବାକୁ ଅନାଗ୍ରହୀ । ସହରୀ ଜୀବନ କେମିତି, ଖାଦ୍ୟ କ’ଣ ଏବଂ ସେଠାରେ ରୀତିନୀତି କ’ଣ ସେସବୁ ବାବଦରେ ସେମାନେ ଅଜ୍ଞ । ତେବେ ଏସବୁ ଭିତରେ ଦକ୍ଷିଣ ଆଫ୍ରିକାର ଜନଜାତିକୁ ନେଇ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ଏବେ ସୋସିଆଲ ମିଡ଼ିଆରେ ଖୁବ ଚର୍ଚ୍ଚିତ । ପ୍ରଥମ ଥର ଜଙ୍ଗଲ ଇଲାକାରୁ ବାହାରି ବିମାନରେ ଯାତ୍ରା କରୁଥିବା ଦେଖିବାକୁ ମିଳିଛି ।

ସାଧାରଣତଃ ମାସାଇ ଜନଜାତି ଦକ୍ଷିଣ ଆଫ୍ରିକାର କେନିଆ ଏବଂ ତାଞ୍ଜାନିଆ ଆଦି ଦେଶର ଘଞ୍ଚ ଜଙ୍ଗଲରେ ରହିଥାନ୍ତି । ଏହି ଜନଜାତିର ଲୋକମାନେ କଞ୍ଚା ମାଂସ, କଞ୍ଚା କ୍ଷୀର, ମହୁ ଇତ୍ୟାଦି ଖାଇବା ସହିତ ପଶୁ ରକ୍ତ ପିଇଥା’ନ୍ତି । କିନ୍ତୁ ବର୍ତ୍ତମାନ ଏହି ଜନଜାତିର କିଛି ଲୋକ ନିଜ ଗାଁ ଛାଡି ସହର ମୁହାଁ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜାଜିବରରେ ରହୁଥିବା କାନାୟା ନାମକ ଜଣେ ବ୍ୟକ୍ତି ପ୍ରଥମ ଥର ବିମାନରେ ଯାତ୍ରା କରିଛନ୍ତି । ସେ ନିଜ ଗାଁ ଛାଡି ତାଞ୍ଜାନିଆରୁୁ ବିମାନରେ ଯାତ୍ରା କରିଛନ୍ତି । ଏହି ସମୟରେ ସେ ନିଜକୁ ଖୁସି ଅନୁଭବ କରୁଥିବା ଦେଖିବାକୁ ମିଳିଛି । ଏହାର ଫଟୋ ଓ ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ସହ ନିଜର ଅନୁଭୁତି ମଧ୍ୟ ସେୟାର କରିଛନ୍ତି ।

Leave A Reply

Your email address will not be published.