Latest Odisha News

BREAKING NEWS

ରାହୁଲଙ୍କ ଅର୍ଦ୍ଧଶତକ, ପଞ୍ଜାବ ସମ୍ମୁଖରେ ୧୬୦ ରନର ଲକ୍ଷ୍ୟ

ଲକ୍ଷ୍ନୌ: ଚଳିତ ଆଇପିଏଲରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ମୁକାବିଲାରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ୧୬୦ ରନର ବିଜୟ ଲକ୍ଷ୍ୟ ପଞ୍ଜାବ କିଙ୍ଗସ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ଅଧିନାୟକ କେଏଲ ରାହୁଲଙ୍କ ୭୪ ରନର ଇନିଂସ ବଳରେ ଲକ୍ଷ୍ନୌ ୮ ୱିକେଟ ବିନିମୟରେ ୧୫୯ ରନ କରିବାକୁ ସକ୍ଷମ ହୋଇଥିଲା । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସେଭଳି ଆଖିଦୃଶିଆ ପ୍ରଦର୍ଶନ ନ କରିପାରୁ ଦଳ ବଡ ସ୍କୋର କରିପାରି ନ ଥିଲା । କାୟଲ ମେୟସ ୨୯ ଓ ମାର୍କୋସ ଷ୍ଟୋଇନିସ ୧୫ ରନ କରିଥିଲେ ।

BjdElectrycity

ପଞ୍ଜାବ ପକ୍ଷରୁ ସାମ କୁରନ ସବୁଠାରୁ ସଫଳ ବୋଲର ଭାବେ ୩ଟି ୱିକେଟ ନେଇଥିବା ବେଳେ କାଗିସୋ ରାବାଡା ୨ଟି ୱିକେଟ ହାସଲ କରିଥିଲେ । ଟସ ଜିତି ପଞ୍ଜାବ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ଲକ୍ଷ୍ନୌ ୪ ମ୍ୟାଚରୁ ୬ ପଂଏଟ ହାସଲ କରିଥିବା ବେଳେ ପଞ୍ଜାବ ସମାନ ସଂଖ୍ୟକ ମ୍ୟାଚରେ ୪ ପଂଏଟ ସଂଗ୍ରହ କରିଛି ।

Leave A Reply

Your email address will not be published.