Latest Odisha News

୧୭ରୁ ସକାଳୁଆ ସ୍କୁଲ୍, ଦିନ ୧୧ଟା ଯାଏ ହେବ ପ୍ରଥମରୁ ଦ୍ୱାଦଶ ପାଠପଢ଼ା

ଭୁବନେଶ୍ୱର: ପ୍ରବଳ ଖରା ପାଇଁ ରାଜ୍ୟରେ ବିଦ୍ୟାଳୟ ଗୁଡ଼ିକୁ ୧୬ ତାରିଖ ଯାଏ ଛୁଟି ଘୋଷଣା କରିଥିଲେ ସରକାର । ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ସରକାର ୧୭ ତାରିଖରୁ ବିଦ୍ୟାଳୟ ସକାଳୁଆ ଖୋଲିବା ଲାଗି ନିଷ୍ପତ୍ତି ନେଇଛନ୍ତି ।

୧୭ ତାରିଖରୁ ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକ ଖୋଲିବ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ସକାଳ ୬ଟା ୩୦ରୁ ଆରମ୍ଭ ହୋଇ ଦିନ ୧୧ଟା ପର୍ଯ୍ୟନ୍ତ ଚାଲିବ ବୋଲି ନିଷ୍ପତ୍ତି ନିଆ ଯାଇଛି ।

ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାର ବିଦ୍ୟାଳୟମାନଙ୍କର ସମୟ ନିର୍ଘଣ୍ଟକୁ ପରିବର୍ତ୍ତନ କରିପାରିବେ । ବିଦ୍ୟାଳୟଗୁଡ଼ିକରେ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଇବା ନିମନ୍ତେ ସମସ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷ ଯତ୍ନବାନ ହେବା ପାଇଁ ବିଭାଗ ନିର୍ଦ୍ଦେଶ ଦେଇଛି ।

Leave A Reply

Your email address will not be published.