Latest Odisha News

BREAKING NEWS

ଫ୍ରାନ୍ସ ରାଷ୍ଟ୍ରପତି, ମୋଦିଙ୍କ ସହ ମାଧବନ: ଫଟୋ କଲେ ସେୟାର

ମୁମ୍ବାଇ: ଅଭିନେତା ଆର ମାଧବନ ତାଙ୍କର ଆଗାମୀ ଫିଲ୍ମ ‘ଟେଷ୍ଟ’ ପାଇଁ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଏହି ଫିଲ୍ମର ଶୁଟିଂ ଶେଷ କରିଛନ୍ତି । ଏହି ଫିଲ୍ମ ରିଲିଜ୍‌କୁ ନେଇ ଅପେକ୍ଷାରେ ରହିଛନ୍ତି । ଏହି ଫିଲ୍ମକୁ ଲୋକେ ଖୁବ୍ ପସନ୍ଦ କରିବେ ବୋଲି ସେ ଆଶା ରଖିଛନ୍ତି । ନିକଟରେ ସେ କିଛି ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି, ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି । ସେ ଫ୍ରାନ୍ସ ରାଷ୍ଟପ୍ରତି ଓ ମୋଦିଙ୍କ ସହ କିଛି ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏହି ଫଟୋରେ ସେ ବହୁତ ଖୁସିଥିବା ଦେଖିବାକୁ ମିଳିଛି । ତାଙ୍କର ପ୍ରଶଂସକମାନେ ଏହି ଫଟୋକୁ ବହୁତ ପସନ୍ଦ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମାନାର୍ଥେ ଫ୍ରାନ୍ସର ରାଷ୍ଟ୍ରପତି ଇମାନ୍ୱେଲ ମାକରଁ ଦ୍ୱାରା ପ୍ୟାରିସରେ ଆୟୋଜିତ ନୈଶ ଭୋଜିରେ ମାଧବନ ଯୋଗ ଦେଇଥିଲେ । ଏହାର ଫଟୋ ସେ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଉଭୟ ନେତାଙ୍କୁ ପ୍ରଶଂସା କରି ଏକ ଲମ୍ବା ନୋଟ ମଧ୍ୟ ଲେଖିଛନ୍ତି । ମାଧବନ କହିଛନ୍ତି ଯେ, ଆମର ପରସ୍ପର ପ୍ରତି ସମାନ ସକାରାତ୍ମକତା ଏବଂ ସମ୍ମାନ ରହିବା ଉଚିତ୍ । ରାଷ୍ଟ୍ରପତି ମାକରଁ ଉତ୍ସାହର ସହିତ ଆମ ସହ ଏକ ସେଲଫି ନେଇଥିଲେ । ମାଧବନ ଫ୍ରାନ୍ସ ରାଷ୍ଟ୍ରପତି ଏବଂ ଅନ୍ୟମାନଙ୍କ ସହ ଏକ ଟେବୁଲରେ ବସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ହାତ ମିଳାଉଥିବାର ଏକ ଫଟୋ ସେୟାର କରିଛନ୍ତି ।

Leave A Reply

Your email address will not be published.