Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଗ୍ରହଣ ନୀତି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନୈମିତିକ -ବିଧି ଭିତରେ କିଛି ବିଶେଷ ନୀତି ପାଳିତ ହୁଏ। ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ତିଥିମାନଙ୍କରେ। ଆମ ସଂସ୍କୃତି, ପରମ୍ପରା ଯେ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ସହିତ ଓତପ୍ରୋତଭାବେ ଜଡିତ ତାହା ଅନ୍ତତଃ ପ୍ରତ୍ୟେକ ଓଡ଼ିଆ ଗ୍ରହଣ କରିବେ। ଅବଶ୍ୟ କିଛି ଅଜ୍ଞlନ ଆଜି କାଲି ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗର ବିଭିନ୍ନ ବାରଣ ଗୁଡିକୁମାନିବାକୁ ପ୍ରସ୍ତୁତ ନୁହଁନ୍ତି। କିନ୍ତୁ ଏହା ଶାସ୍ତ୍ର ଅନୁମୋଦିତ ଓ ସର୍ବlଦୌ ଗ୍ରହଣୀୟ। ଆମେ ସମସ୍ତେ ଜାଣିଛେ ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ସମୟରେ ପାକ ତ୍ୟାଗ କରିବା ଉଚିତ। ଠିକ ଯେମିତି ପାକ ତ୍ୟାଗଠାରୁ ମୋକ୍ଷ ପର୍ଯ୍ୟନ୍ତ ଶ୍ରୀଜୀଉମାନଙ୍କ କୌଣସି ନୀତି ହୁଏ ନାହିଁ। ପାକ ତ୍ୟାଗ ପୂର୍ବରୁ ଠାକୁରମାନେ ତଡ଼ପ ଉତ୍ତରୀ ବସ୍ତ୍ର ଲାଗି ହୋଇ ବସନ୍ତି। ରୋଷଘର ଧୋ ପଖାଳ ହୋଇଥାଏ। ଗ୍ରହଣ ବା ପରାଗ ସ୍ପର୍ଶ ହେଲେ ପୂଜାପଣ୍ଡାମାନେ ଶ୍ରୀଜୀଉ ମାନଙ୍କ ମହାସ୍ନାନ କରାନ୍ତି ପରେ ପରେ ରୋଷ ହୋମ, ସୂର୍ଯ୍ୟପୂଜା ଓ ଦ୍ୱାରପାଳ ପୂଜା ହୋଇଥାଏ।bଏହାପରେ ପୁଷ୍ପାଳକମାନେ ତିନି ବାଡ଼ରେ ଗ୍ରହଣ ବେଶ କରନ୍ତି । ଏହି ବେଶ ଲୁଗା, ଫୁଲ ଓ ତୁଳସୀ ଦ୍ୱାରା ହୋଇଥାଏ। ବେଶ ସମୟରେ ଜୟ ବିଜୟ ଦ୍ୱାର ବନ୍ଦ ରହିଥାଏ ଓ ବେଶ ଶେଷ ପରେ ଭିତରେ ଟେରା ବନ୍ଧାହୁଏ। ପାଳିଆ ପ୍ରତିହାରୀ ଗ୍ରହଣ ଭୋଗ ଡାକି ଯାଏ । ପାଳିଆ ମହାସୁଆର ଭୋଗ ଛେକ ଆଣନ୍ତି, କେବଳ ଖଇ କୋରା ଆଦି ଶୀତଳ ଭୋଗ କାରାଯାଏ। ପୂଜାପଣ୍ଡା ଏହି ଭୋଗ କରିଥାନ୍ତି। ସମସ୍ତ ଗ୍ରହଣ ସମୟ ପରେ ପାରମ୍ପରିକ ରୀତିନୀତିରେ ଦୈନିକ ନୀତି ପାଳିତ ହୋଇ ଥାଏ। ଆଗାମୀ ଅଧ୍ୟାୟରେ ଜାଣିବା ଅଶୌଚ ବା ଦୁର୍ଘଟଣା ଜନିତ ବିଶେଷ ନୀତି ବିଷୟରେ। ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ ।

ଅନନ୍ତ ମହିମା ତୋହର
ସର୍ବଜ୍ଞ ଜଗତ ଈଶ୍ୱର ।
ଯେଣୁ ତୁ ଅଷ୍ଟନିଧି ଧାରୀ
ତେଣୁ ତୁ ସର୍ବ ଅଧିକାରୀ ।
ଅକୁଣ୍ଠ ବିକୁଣ୍ଠ ମହିମା
ବେଦ ନଜାଣେ ତୋର ସୀମା ।

ଜୟ ଜଗନ୍ନାଥ, (ଦ. ତ୍ରି. ଉବାଚ)

Leave A Reply

Your email address will not be published.