Latest Odisha News

ଖୁବ୍ ଶୀଘ୍ର ଆରମ୍ଭ ହେବ ମାଧୁରୀ, ଅନୀଲଙ୍କ ତେଜାବର ରିମେକ୍‌

ମୁମ୍ବାଇ: ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ ଓ ଅନୀଲ କାପୁର ଅଭିନୀତ ବହୁ ଚର୍ଚ୍ଚିତ ତେଜାବ ଫିଲ୍ମର ରିମେକର ଶୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବ । ଏହାର ରାଇଟ୍ସ ମୁରାଦ ଖେତାନୀ ହାତେଇବାରେ ସଫଳ ହୋଇଛନ୍ତି । ଭୁଲଭୁଲେୟାର୨ ପରେ ଖେତାନୀ ଏହି ଫିଲ୍ମର ଶୁଟିଂ ଆରମ୍ଭ କରିବେ ବୋଲି ସୂଚନା ଦେଇଛନ୍ତି । ବର୍ତମାନର ସମୟକୁ ଆଖି ଆଗରେ ରଖି ତେଜାବକୁ ପ୍ରସ୍ତୁତ କରାଯିବ ।

ଅର୍ଜୁନ ରେଡ୍ଡୀ ଫିଲ୍ମର ରିମେକ୍ କବୀର ସିଂ ନେଇ ଖେତାନୀ ବେଶ୍ ବାହା ବା ଲୁଟିଥିଲେ । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଅନୀଲ ଏବଂ ମାଧୁରୀ ଏହି ଫିଲ୍ମରେ ଅଭିନୟ କରିବେ କି ନାହିଁ ତାହା ସ୍ପଷ୍ଟ ହୋଇନି । ଫିଲ୍ମର ହୀରୋ ଏବଂ ହୀରୋଇନ ସମ୍ପର୍କରେ ଖୁବ୍ ଶୀଘ୍ର ଘୋଷଣା କରାଯିବ । ସୂଚନାଯୋଗ୍ୟ, ଖେତାନୀ ନମକହାଲାଲ ଫିଲ୍ମର ରାଇଟ୍ସ ମଧ୍ୟ ହାତେଇଛନ୍ତି ।

Leave A Reply

Your email address will not be published.