Latest Odisha News

BREAKING NEWS

ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ମାଧୁରୀଙ୍କ ହ୍ୟାରି ପୋଟର୍‌ ଲୁକ୍‌

ନୂଆଦିଲ୍ଲୀ: ଫିଲ୍ମରେ କମ୍‌ ନଜର ଆସିଲେ ବି ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହି ପ୍ରଶଂସକଙ୍କୁ ମନୋରଞ୍ଜନ କରନ୍ତି। ସେ ନିଜ ପରିବାର ସହ ବିତାଇଥିବା କିଛି ଅନ୍ତରଙ୍ଗ ମୁହୂର୍ତ୍ତକୁ ମଧ୍ୟ ପ୍ରଶଂସକଙ୍କ ସହ ସେୟାର୍‌ କରିଥାନ୍ତି। ବେଳେବେଳେ ତାଙ୍କ ମଜାଳିଆ ପୋଷ୍ଟ ସହିତ ପ୍ରଶଂସକମାନଙ୍କୁ ମଧ୍ୟ ମନୋରଞ୍ଜନ କରନ୍ତି।

ନିକଟରେ ମାଧୁରୀ ତାଙ୍କର ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ହ୍ୟାରି ପୋଟର୍ ଲୁକ୍‌ରେ ନଜର ଆସିଛନ୍ତି। ମାଧୁରୀଙ୍କ ଏହି ଫଟୋ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

ମାଧୁରୀ ଦୀକ୍ଷିତ ଇନଷ୍ଟାଗ୍ରାମରେ ତାଙ୍କର ଦୁଇଟି ଫଟୋ ସେୟାର କରିଛନ୍ତି। ଏଥିରେ ସେ ହ୍ୟାରି ପୋଟର୍ ଷ୍ଟାଇଲ୍ ଗ୍ଲାସ୍ ପିନ୍ଧି ଏବଂ ଅଭିବ୍ୟକ୍ତି ଦେଉଥିବାର ନଜର ଆସିଛନ୍ତି। ମାଧୁରୀ ଦୀକ୍ଷିତ ଫଟୋ ସହିତ କ୍ୟାପସନରେ ଲେଖିଛନ୍ତି ଯେ – ହ୍ୟାରି ପୋଟର୍ ଚଳଚ୍ଚିତ୍ର କ୍ରମାଗତ ଭାବରେ ଦେଖିବା ପରେ ମୋର ଏହି ଅବସ୍ଥା ହୋଇଛି।

ହ୍ୟାରି ପୋର୍ଟର୍ ସିରିଜ୍ ହେଉଛି ବିଶ୍ୱବ୍ୟାପୀ ଦେଖାଯାଇଥିବା ସବୁଠାରୁ ଲୋକପ୍ରିୟ ଚଳଚ୍ଚିତ୍ର ସିରିଜ୍। ହ୍ୟାରି ପୋଟରର ଯାଦୁ ଏପରି ଯେ ଯିଏ ଏହି ଫିଲ୍ମ ଦେଖେ ସେ ଏହାର ଦିୱାନା ହେଇଯାଏ ଏବଂ ମାଧୁରୀ ଦୀକ୍ଷିତ ମଧ୍ୟ ତାଙ୍କ ଖାଲି ସମୟକୁ ଏହିଭଳି ଖାସ୍‌ ଅନ୍ଦାଜ୍‌ରେ ଅତିବାହିତ କରିଛନ୍ତି। ତେବେ ଯାହା ଜଣାପଡ଼ୁଛି ମାଧୁରୀଙ୍କ ଏହି ନିଆରା ଅନ୍ଦାଜ୍‌ ତାଙ୍କ ପ୍ରଶଂସକଙ୍କୁ ବେଶ୍‌ ପସନ୍ଦ ଆସିଛି।

Leave A Reply

Your email address will not be published.