Latest Odisha News

BREAKING NEWS

ଖୁବ୍‌ ଶୀଘ୍ର ହେବ ସିଦ୍ଧାର୍ଥଙ୍କ ଡିଜିଟାଲ୍‌ ଡେବ୍ୟୁ; ଏକତା କପୁରଙ୍କ ୱେବ୍‌ ସୋରେ ନଜର ଆସିବେ ସିଦ୍ଧାର୍ଥ ଶୁକ୍ଲା

ନୂଆଦିଲ୍ଲୀ: ବିଗ୍ ବସ୍ ୧୩ର ବିଜେତା ହେବା ପରେ ସିଦ୍ଧାର୍ଥ ଶୁକ୍ଲା ଅନେକ ସମୟରେ ଚର୍ଚ୍ଚାରେ ରହୁଛନ୍ତି।  ବିଗ୍‌ବସ୍‌ ସିଜିନ୍‌ ୧୩ ଜିତିବା ପରେ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ମଧ୍ୟ ବେଶ୍‌ ବଢିଯାଇଛି। ସିଦ୍ଧାର୍ଥଙ୍କ ପ୍ରଶଂସକଙ୍କ ପାଇଁ ଆଉ ଏକ ଖୁସି ଖବର ରହିଛି। ସିଦ୍ଧାର୍ଥଙ୍କୁ ଏବେ ଏକତା କପୁରଙ୍କ ୱେବ୍ ସୋ’ରେ ଦେଖିବାକୁ ମିଳିବ। ଏକତା କପୁର ତାଙ୍କ ସୋ’ର ଟାଇଟଲ୍ ଟ୍ରାକ୍ ମଧ୍ୟ ରିଲିଜ୍ କରିଛନ୍ତି ଯେଉଁଥିରେ ସେ ସୋ’ର ପ୍ରମୁଖ ଚରିତ୍ରରେ ସିଦ୍ଧାର୍ଥ ଶୁକ୍ଲା ଏବଂ ସୋନିଆ ରାଠୀଙ୍କୁ ପରିଚିତ କରିଛନ୍ତି।

ଏକତା କପୁରଙ୍କ ପ୍ରସିଦ୍ଧ ୱେବ୍ ସିରିଜ୍ ସୋ ‘ବ୍ରୋକନ୍ ବଟ୍‌ ବିୟୁଟିଫୁଲ୍‌’ର ତୃତୀୟ ସିଜିନରେ ସିଦ୍ଧାର୍ଥ ଶୁକ୍ଲାଙ୍କୁ  ଦେଖିବାକୁ ମିଳିବ। ଏଥିରେ ସିଦ୍ଧାର୍ଥ ଶୁକ୍ଲା ଏବଂ ସୋନିଆଙ୍କ ଯୁଗଳବନ୍ଦୀ ଦେଖିବାକୁ ମିଳିବ। ସୋ’ରେ ସୋନିଆ ରୁମି ଏବଂ ସିଦ୍ଧାର୍ଥ ଅଗସ୍ତ୍ୟ ଭୂମିକାରେ ନଜର ଆସିବେ। ଏକତା କହିଛନ୍ତି ଯେ ‘ବ୍ରୋକନ୍ ବଟ୍‌ ବିୟୁଟିଫୁଲ୍‌’ର ତୃତୀୟ ସିଜିନ୍‌ର ସୁଟିଂ ଖୁବ ଶୀଘ୍ର ଆରମ୍ଭ ହେବ।

Leave A Reply

Your email address will not be published.