Latest Odisha News

BREAKING NEWS

ଜାତୀୟ ସିନିୟର ମହିଳା ଦିନିକିଆ କ୍ରିକେଟ: ଓଡିଶାର ନେତୃତ୍ୱ ନେବେ ମାଧୂରୀ

ଭୁବନେଶ୍ୱର: ଚଳିତ ମାସ ୧୮ରୁ ପୁଡୁଚେରୀରେ ହେବାକୁ ଥିବା ଜାତୀୟ ସିନିୟର ମହିଳା ଦିନିକିଆ କ୍ରିକେଟ ପ୍ରତିଯୋଗିତା ପାଇଁ ବୁଧବାର ୧୬ଜଣିଆ ଓଡିଶା ଦଳ ଘୋଷଣା କରାଯାଇଛି । ଓଡିଶା କ୍ରିକେଟ ଆସୋସିଏଶନ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ଦଳର ନେତୃତ୍ୱ ଦାୟିତ୍ୱ ମାଧୂରୀ ମେହେଟ୍ଟାଙ୍କୁ ପ୍ରଦାନ କରାଯାଇଛି । ସୁଶ୍ରୀ ଦିବ୍ୟଦର୍ଶନୀ ଉପ ଅଧିନାୟିକା ଦାୟିତ୍ୱ ତୁଲାଇବେ । ଟୁର୍ଣ୍ଣାମେଂଟର ପ୍ରଥମ ୩ଟି ମ୍ୟାଚ ପାଇଁ ଏହି ଦଳ ଘୋଷଣା କରାଯାଇଛି ।

ଓଡିଶା ଟିମ: ମାଧୂରୀ ମେହେଟ୍ଟା(ଅଧିନାୟିକା), ଇନ୍ଦ୍ରାଣି ଛତ୍ରିଆ, ସୁଶ୍ରୀ ଦିବ୍ୟଦର୍ଶନୀ, ରାମେଶ୍ୱରୀ ନାୟକ, କାଜଲ ଜେନା, ରୀମାଲକ୍ଷ୍ମୀ ଏକ୍କା, ସଙ୍ଗୀତା ଖଦିଆ, ପ୍ରିୟଙ୍କା ପ୍ରିୟଦର୍ଶନୀ, ସରିତା ମେହେର, ରୋସନାରା ପରୱିନ, ପ୍ରଜ୍ଞାନ ପି ମହାନ୍ତି, ଶୁଭ୍ରା ଏନ ସ୍ୱାଇଁ, ତନ୍ମୟୀ ବେହେରା, ମୋନାଲିସା ରାଉତ, ରଶ୍ମିତା ଚିନାରା, ସୁଜାତ ମଲ୍ଲିକ ।

Comments are closed.