Latest Odisha News

ରଣଜୀ ଟ୍ରଫି: ସୁନୀଲଙ୍କ ଚମତ୍କାର ବୋଲିଂ ସତ୍ୱେ ହିମାଚଳକୁ ପ୍ରଥମ ଇନିଂସ ଅଗ୍ରଣୀ

ଭୁବନେଶ୍ୱର: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ପଦାର୍ପଣ ମ୍ୟାଚ ଖେଳୁଥିବା ସୁନୀଲ କୁମାର ରାଉଲଙ୍କ ଚମତ୍କାର ବୋଲିଂ ସତ୍ୱେ ଓଡିଶା ବିପକ୍ଷରେ ହିମାଚଳ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି । ସୁନୀଲ ୬ଟି ୱିକେଟ ଅକ୍ତିଆର କରି ହିମାଚଳର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲା । ପୂର୍ବରୁ ଓଡିଶାର ପ୍ରଥମ ଇନିଂସ ୧୯୧ ରନ ଜବାବରେ ହିମାଚଳପ୍ରଦେଶ ୨୫୮ ରନ କରି ୬୭ ରନରେ ଆଗୁଆ ରହିଛି । ଗତକାଲି ଅସମାପ୍ତ ଇନିଂସ ୨୩୩/୩ରୁ ହିମାଚଳ ବ୍ୟାଟିଂ ଆରମ୍ଭ କରିଥିଲା । ଦଳ ମାତ୍ର ୨୫ ରନରେ ଶେଷ ୭ଟି ୱିକେଟ ହରାଇଥିଲା । ପ୍ରଶାନ୍ତ ଚୋପ୍ରା ଦଳ ପକ୍ଷରୁ ସର୍ବାଧିକ ୧୩୮ ରନ କରିଥିବା ବେଳେ ଅମିତ କୁମାର ୪୬ ରନ କରିଥିଲେ । ଏଥିରୁ ସୁନୀଲ ଏକାକୀ ୬ଟି ୱିକେଟ ନେଇଥିଲେ । ସୂର୍ଯ୍ୟକାନ୍ତ ପ୍ରଧାନ ୨ଟି ୱିକେଟ ହାସଲ କରିଥିଲେ ।

ଜବାବରେ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଓଡିଶା କୌଣସି ୱିକେଟ ନ ହରାଇ ୨୯ ରନ ସଂଗ୍ରହ କରିନେଇଛି । ନକଆଉଟ ପର୍ଯ୍ୟାୟରେ ପ୍ରବେଶ ପାଇଁ ଓଡିଶାକୁ ଏହି ମ୍ୟାଚରେ ବିଜୟ ହାସଲ ଆବଶ୍ୟକତା ହୋଇ ପଡିଛି ।

Leave A Reply

Your email address will not be published.