Latest Odisha News

BREAKING NEWS

ଶିଶୁର ଶ୍ୱାସନଳୀରୁ ବାହାରିଲା ହୁଇସିଲ୍‌; ସମ୍ ଅଲ୍ଟିମେଟ୍ ମେଡି କେୟାରରେ ବିରଳ ଅସ୍ତ୍ରୋପଚାର !

ଭୁବନେଶ୍ୱର, ମାର୍ଚ୍ଚ୩୦: ୪ବର୍ଷର ଝିଅର ଶ୍ୱାସନଳୀରେ ଅଟକି ରହିଥିଲା ହୁଇସିଲ୍ । ଜଟିଳ ଅସ୍ତ୍ରୋପଚାର ପ୍ରକ୍ରିୟାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାର ହସ୍ପିଟାଲର ଡାକ୍ତରୀ ଦଳ ।

ସୋନପୁରର ମିନୁ ମିଶ୍ର ନାମକ ଜଣେ ଶିଶୁ କନ୍ୟାଟି ହୁଇସିଲ ସହ ଖେଳୁଥିବାବେଳେ ଭୁଲରେ ଏହାକୁ ଗିଳି ଦେଇଥିଲା । ହୁଇସିଲିଟି ଶ୍ୱାସନଳୀରେ ଅଟକି ଯିବାପରେ ବହୁ କଷ୍ଟରେ ସେ ନିଶ୍ୱାସ ନେଇପାରୁଥିଲା ।

ସାରା ଦେଶ ଲକ୍‌-ଡାଉନ୍ ଥିବାବେଳେ ବହୁ କଷ୍ଟରେ ଶିଶୁଟିର ପରିବାର ଲୋକେ ସମ୍ ହସ୍ପିଟାଲରେ ପହଂଚିଥିଲେ ।

କାଳବିଳମ୍ବ ନ କରି ହସ୍ପିଟାଲର ENT and Skull Base Surgery ବିଭାଗର ମୁଖ୍ୟ ଡା. ରାଧାମାଧବ ସାହୁ ଏଣ୍ଡୋସ୍କୋପିକ୍ ପଦ୍ଧତିରେ ହୁଇସିଲଟିକୁ ବାହାର କରିବାରେ ସକ୍ଷମ ହୋଇଥିଲେ ।

ପ୍ରକ୍ରିୟାଟି ଖୁବ ଜଟିଳ ଥିବାବେଳେ ଏକ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଏହା ସମ୍ପାଦନ କରାଯାଇନଥିଲେ ଶିଶୁଟିର ମୃତ୍ୟୁ ହେବାର ଯଥେଷ୍ଟ ସମ୍ଭାବନା ଥିଲା ବୋଲି କହିଛନ୍ତି ଡାକ୍ତର ସାହୁ ।

ଏହି ବିରଳ ଅସ୍ତ୍ରୋପଚାରରେ ମୁଖ୍ୟ ଡାକ୍ତର ଦୀପଙ୍କର ପଢିଆରୀ, ଡା.ଭବାନୀ ପତି, ଡା. ରଂଜିତ ପତି ଓ ଡା. ସୃରୂପା ଦେବୀପ୍ରସାଦଙ୍କର ଗୁରୁତ୍ୱପୂର୍ଣ୍ଣ ସହଯୋଗ ରହିଥିଲା ।

ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଏଭଳି ଉନ୍ନତଧରଣର ସେବାକୁ ସାଧାରଣ ମହଲରୁ ପ୍ରଶଂସାର ସୁଅ ଛୁଟିଛି ।

Leave A Reply

Your email address will not be published.