Latest Odisha News

BREAKING NEWS

ବିବାହ କରିବେ ରାହୁଲ ଗାନ୍ଧୀ! ଭାଇରାଲ ହେଲା କାର୍ଡ

ନୂଆଦିଲ୍ଲୀ: ନିର୍ବାଚନ ଜିତିବା ହାରିବା ନେଇ କଂଗ୍ରେସ ଯେତିକି ଚର୍ଚ୍ଚାରେ ନାହିଁ ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ତା ଠାରୁ ଅଧିକ ଚର୍ଚ୍ଚା ହୁଏ । ଯୁବାବୟସ ଅତିକ୍ରମ କରିଥିବା କଂଗ୍ରେସର ଯୁବରାଜ କେବେ ବିବାହ କରିବେ ସେ ନେଇ ଆଲୋଚନା ସମାଲୋଚନା ମଧ୍ୟ କରାଯାଏ । ତେବେ ସବୁ ପ୍ରତୀକ୍ଷାର ଅନ୍ତ ଘଟାଇଛି ରାହୁଲ ଗାନ୍ଧୀଙ୍କ ବିବାହ କାର୍ଡ । ଭାଇରାଲ ହେଉଛି ରାହୁଲଙ୍କ ବିବାହ କାର୍ଡ । କଟାକ୍ଷ କରୁଛି ବିଜେପି ।

ଭାଇରାଲ କାର୍ଡରେ ରାହୁଲ ଗାନ୍ଧୀଙ୍କ ଫଟୋ ବରର ନାମ ଉପରେ ରଖାଯାଇଛି। ଯାହାକୁ ଦେଖି ଏବେ ସମସ୍ତେ ଆଶ୍ଚର୍ଯ୍ୟ । ବାସ୍ତବରେ କାର୍ଡଟି ହେଉଛି ବାସ୍ତବରେ ଏହି କାର୍ଡଟି ମଧ୍ୟପ୍ରଦେଶ ଯୁବ କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ଯୋଗେଶ ଦଣ୍ଡୋଟିଆଙ୍କ ଭଉଣୀଙ୍କ ବିବାହ କାର୍ଡ । କାର୍ଡରେ ରାହୁଲ ଗାନ୍ଧୀ ଏବଂ ମାଆ ସୋନିଆ ଗାନ୍ଧୀଙ୍କ ଫଟୋ ରହିଛି । କଂଗ୍ରେସକୁ ସମ୍ମାନ ଦେବା ପାଇଁ ସେ ଏପରି ଅଭିନବ ପ୍ରୟାସ କରିଛନ୍ତି । କାର୍ଡର ସମ୍ମୁଖ କଭରରେ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ଫଟୋ ସହ ରଖିଛନ୍ତି ସମ୍ବିଧାନ ପ୍ରଣେତା ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଫଟୋ । ତେବେ କାର୍ଡଟି ସୋସିଆଲ ମିଡିଆରେ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏନେଇ ଦଣ୍ଡୋଟିଆ କହିଛନ୍ତି ଡକ୍ଟର ଭୀମରାଓ ଆମ୍ବେଦକର ସମ୍ବିଧାନ ପ୍ରଣୟନ କରି ଦଳିତମାନଙ୍କୁ ସମାଜରେ ସମାନ ସ୍ଥାନ ଦେଇଥିଲେ। ଏବଂ ଆଜିର ସମୟରେ, ରାହୁଲ ଗାନ୍ଧୀ ସମ୍ବିଧାନକୁ ସୁରକ୍ଷା ଦେବା ପାଇଁ ଲଢ଼ୁଛନ୍ତି। ତେଣୁ, ଯେପରି ବାବା ସାହେବ ଦଳିତଙ୍କ ପାଇଁ ଭଗବାନ, ସେହିପରି ରାହୁଲ ଗାନ୍ଧୀ ମଧ୍ୟ ବାବା ସାହେବଙ୍କ ପରି ସେମାନଙ୍କ ଭଗବାନ। ସେଥିପାଇଁ ବାବା ସାହେବଙ୍କ ସହିତ ତାଙ୍କର ଫଟୋ ମୁଦ୍ରିତ ହୋଇଛି।

ଅନ୍ୟପଟେ କାର୍ଡରେ ରାହୁଲଙ୍କ ଫଟୋ ରହିବା ପ୍ରସଙ୍ଗକୁ ନେଇ ଏବେ କଟାକ୍ଷ ଆରମ୍ଭ କରିଛି ବିଜେପି । ଖୁବ୍ ଶୀଘ୍ର ରାହୁଲ ଗାନ୍ଧୀ ବିବାହ କରନ୍ତୁ ଏବଂ ତାଙ୍କ ବିବାହ କାର୍ଡ ଛପାଯାଉ, ଯାହା ସମସ୍ତଙ୍କୁ ଖୁସି କରିବ ବୋଲି କହିଛି ବିଜେପି । ବିଜେପି ବରିଷ୍ଠ ନେତା ରାମେଶ୍ୱର ଭାଦୋରିଆ କଟାକ୍ଷ କରି କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ବିବାହ କାର୍ଡ ଏପର୍ଯ୍ୟନ୍ତ ମୁଦ୍ରିତ ହୋଇନାହିଁ କିନ୍ତୁ ଅତି କମରେ ରାହୁଲ ଗାନ୍ଧୀଙ୍କ ଫଟୋ ବିବାହ କାର୍ଡରେ ମୁଦ୍ରିତ ହୋଇଛି। ଆମେ ସମସ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ଯେ ଏହି କାର୍ଡଟି ରାହୁଲ ଗାନ୍ଧୀଙ୍କ ପାଖରେ ପହଞ୍ଚିବ ଏବଂ ରାହୁଲ ଗାନ୍ଧୀ ମଧ୍ୟ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହୁଅନ୍ତୁ ।

Comments are closed.