Latest Odisha News

BREAKING NEWS

୧ ଲକ୍ଷ ଫାଇନ୍‌ ଦେବେ ସାଉଥ୍‌ ଆକ୍ଟର ବିଜୟ

ଚେନ୍ନାଇ: ତାମିଲ ଅଭିନେତା ସି ଜୋସେଫ ବିଜୟଙ୍କ ଉପରେ ଇଂଲଣ୍ଡରୁ ଏକ ବିଳାସପୂର୍ଣ୍ଣ କାର ରୋଲ ରଏସ ଘୋଷ୍ଟ ଆମଦାନୀ କରିବା ଏବଂ ଏଥିରେ ଟିକସ ଦେବାକୁ ମନା କରିବା ଅଭିଯୋଗରେ ମାଡ୍ରାସ ହାଇକୋର୍ଟ ତାଙ୍କୁ ୧ ଲକ୍ଷ ଟଙ୍କା ଜୋରିମାନା ଦେବାକୁ କରିଛନ୍ତି। ତାଙ୍କୁ ଦୁଇ ସପ୍ତାହ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍‌-୧୯ ରିଲିଫ ପାଣ୍ଠିକୁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ତାମିଲ ସିନେମାର ସର୍ବାଧିକ ଆୟ କରୁଥିବା ତାରକାମାନଙ୍କ ତାଲିକାରେ ରହିଛନ୍ତି ବିଜୟ। ତଥାପି ବିଜୟ କୋର୍ଟଙ୍କୁ କହିଛନ୍ତି ଯେ ସେ ୨୦୧୨ରେ ଆମଦାନୀ କରିଥିବା କାର ଉପରେ “ଅସାଧାରଣ” ଏଣ୍ଟ୍ରି ଟ୍ୟାକ୍ସ ଲାଗୁ କରାଯାଉଥିଲା। ସେ ଦାବି କରିଥିଲେ ଯେ କୋର୍ଟ ସମ୍ପୃକ୍ତ ଅଧିକାରୀଙ୍କୁ ଦାବି କିମ୍ବା ସଂଗ୍ରହରୁ ନିବୃତ୍ତ କରନ୍ତୁ।

କୋର୍ଟଙ୍କ କହିବାନୁସାରେ, ଆବେଦନକାରୀ ଅର୍ଥାତ୍‌ ବିଜୟ ତାଙ୍କ ବୃତ୍ତି ବିଷୟରେ ମଧ୍ୟ ପ୍ରକାଶ କରିନାହାଁନ୍ତି ଏବଂ ସେହି ସ୍ଥାନକୁ ଖାଲି ଛାଡିଦେଇଛନ୍ତି। ଏହାସହିତ କୋର୍ଟ କହିଛନ୍ତି ଯେ “ଆବେଦନକାରୀ, ଯିଏ କି ଜଣେ ଖ୍ୟାତନାମା ସିନେ ଅଭିନେତା, ତୁରନ୍ତ ଏବଂ ସମୟାନୁସାରେ ଟିକସ ଦେବେ ବୋଲି ଆଶା କରାଯାଏ। ଟିକସ ବାଧ୍ୟତାମୂଳକ ଅବଦାନ ସ୍ବେଚ୍ଛାକୃତ ଦେୟ କିମ୍ବା ଦାନ ନୁହେଁ।”

Leave A Reply

Your email address will not be published.