Latest Odisha News

BREAKING NEWS

ପରମ୍ପରା ଓ ବିଶ୍ୱାସର ଉତ୍ସବ ଜାଲ୍ଲୀକଟ୍ଟୁ: ଷଣ୍ଢ-ମଣିଷ ଲଢ଼େଇର ପର୍ବ

ତାମିଲନାଡୁ: ଆରମ୍ଭ ହୋଇଛି ତାମିଲନାଡୁର ପ୍ରସିଦ୍ଧ ଉତ୍ସବ ଜାଲ୍ଲୀକଟ୍ଟୁ । ତାମିଲନାଡୁର ମଦୁରାଇରେ ଆୟୋଜିତ ଏହି ଉତ୍ସବରେ ଚଳିତବର୍ଷ ଭାଗ ନେଇଛନ୍ତି ୭୦୦ ଷଣ୍ଢ । ଷଣ୍ଢକୁ କାବୁ କରିବା ପାଇଁ ମଇଦାନକୁ ଓହ୍ଲାଇଛନ୍ତି ୭୩୦ ଯୁବକ । ଜାଲୀକାଟ୍ଟୁ ତାମିଲନାଡୁର ଗ୍ରାମୀଣ ଅଂଚଳର ଏକ ପାରମ୍ପରିକ ଖେଳ । ଏହି ପର୍ବ ପ୍ରତିବର୍ଷ ମକର ସଂକ୍ରାନ୍ତି ତଥା ପୋଙ୍ଗଲ ସମୟରେ ଆୟୋଜିତ କରାଯାଏ । ଉତ୍ସବରେ ଯୁବକମାନେ ଷଣ୍ଢକୁ କାବୁ କରିବା ପାଇଁ ପ୍ରୟାସ କରିଥାନ୍ତି ।

ଏଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ଜାଲ୍ଲୀକାଟୁ ବେଳେ ଷଣ୍ଢ ଆକ୍ରମଣରେ ଅନେକ ଲୋକେ ଗୁରୁତର ଆହତ ହେଉଥିବାରୁ ଏହାକୁ ନେଇ ପ୍ରତିବର୍ଷ ବିରୋଧ ପ୍ରଦର୍ଶନ କରାଯାଉଛି । ଏପରିକି ମାମଲା ହାଇକୋର୍ଟ ଏବଂ ପରେ ସୁପ୍ରିମକୋର୍ଟରେ ମଧ୍ୟ ପହଂଚିଛି । ତଥାପି ବହୁ କଟକଣା ସତ୍ୱେ ତାମିଲନାଡୁରେ ଜାଲ୍ଲୀକଟ୍ଟୁ ଉତ୍ସବ ଆୟୋଜିତ ହୋଇଆସୁଛି ।

ଜାଲ୍ଲୀକଟ୍ଟୁ ଉତ୍ସବ କଣ?

ପବିତ୍ର ପର୍ବ ପୋଙ୍ଗଲ ଅବସରରେ ହୁଏ ଜାଲ୍ଲୀକାଟୁ ଉତ୍ସବ । ଦକ୍ଷିଣ ଭାରତରେ ଏହି ପର୍ବକୁ ଜାଲ୍ଲୀକଟ୍ଟୁ ମଟ୍ଟୁ ବୋଲି ମଧ୍ୟ କୁହାଯାଏ । ତାମିଲ ଭାଷାରେ ମଟ୍ଟୁ ଶବ୍ଦର ଅର୍ଥ ଷଣ୍ଢ । ପୋଙ୍ଗଲ ପର୍ବର ତୃତୀୟ ଦିନରେ ଏହି ଉତ୍ସବ ପାଳନ କରାଯାଏ । ଏହି ଦିନ ମଇଁଷିକୁ ପୂଜା ମଧ୍ୟ କରାଯାଏ । ପରେ ଆରମ୍ଭ ହୁଏ ଷଣ୍ଢ ଓ ଯୁବକ ମୁହାଁମୁହିଁ ଖେଳ । ଯୁବକମାନେ ଲାଲ ଗାମୁଛାରେ ଷଣ୍ଢକୁ ଚିଢ଼ାଇବା ପାଇଁ ଚେଷ୍ଟା କରନ୍ତି । ଷଣ୍ଢ ଉତ୍‌କ୍ଷିପ୍ତ ହୋଇ ଯେତେବେଳେ ଆକ୍ରମଣ କରେ ତାକୁ କାବୁ କରିବା ପାଇଁ ଯୁବକମାନେ ଚେଷ୍ଟା କରିଥାନ୍ତି । ବିଶ୍ୱାସ ରହିଛି ଯେ, ଷଣ୍ଢ ଆକ୍ରମଣରେ ଆହତ ହେଲେ ଭଗବାନଙ୍କ ଅଶୀର୍ବାଦ ଲାଭ ହୋଇଯାଏ । ଏଥିସହ ବର୍ଷ ଯାକ ପରିବାରର ମଙ୍ଗଳ ହୋଇଥାଏ । ଏହି ବିଶ୍ୱାସରେ ତାମିଲନାଡୁରେ ୨୫୦୦ ବର୍ଷ ଧରି ଜାଲ୍ଲୀକଟ୍ଟୁ ଉତ୍ସବ ପାଳନ କରାଯାଉଛି ।

Leave A Reply

Your email address will not be published.