Latest Odisha News

BREAKING NEWS

ରାଜ୍ୟରେ ମାଫିଆ ସରକାର ଚାଲିଛି କହି ଭରାସଭାରେ ଝାରସୁଗୁଡାରେ ବର୍ଷିଲେ ବୈଜୟନ୍ତ ପଣ୍ଡା

ଝାରସୁଗୁଡା: ଓଡ଼ିଶାରେ ଗୁଣ୍ଡାରାଜ ଚାଲିଛି। ରାଜ୍ୟରେ ପ୍ରତି ସପ୍ତାହରେ ତିନିରୁ ଚାରି ଥର ନାବାଳିକା ଓ ମହିଳାଙ୍କୁ ଯୌନ ନିର୍ଯାତନା ଦିଆଯାଉଛି। ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ଲଇକେରା ଠାରେ ସୋମବାର ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେଇ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଶାସକ ବିଜେଡି ସରକାରକୁ ଏପରି କହି କଡା ସମାଲୋଚନା କରିଛନ୍ତି।

ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟକୁ ମାଫିଆଙ୍କ କବଳରୁ ମୁକ୍ତ କରୁଛନ୍ତି। ସେପଟେ ଓଡିଶାରେ ମାଫିଆଙ୍କ ରାଜ ଚାଲିଛି। ଏହି ସରକାରର ଅନେକ ମନ୍ତ୍ରୀ ହିଂସା, ଦୁର୍ନୀତି, ଦୁଷ୍କର୍ମ ଓ ହତ୍ୟାକାଣ୍ଡରେ ଲିପ୍ତ ଅଛନ୍ତି ଏବଂ ଆପଣ ସେମାନଙ୍କୁ ଭଲ ଭାବେ ଜାଣିଛନ୍ତି ବୋଲି ସେ କହିଛନ୍ତି।

ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ ଉଠାଇ କେନ୍ଦ୍ରାପଡାର ପୂର୍ବତନ ସାଂସଦ କହିଛନ୍ତି, ଏଠାରେ ମନ୍ତ୍ରୀମାନେ ଭୟ ଓ ଆଶଙ୍କାରେ ଅଛନ୍ତି ଏବଂ ସରକାର ସେମାନଙ୍କୁ ସୁରକ୍ଷା ଦେବାରେ ଘୋର ବିଫଳ ହେଉଛନ୍ତି। ଯଦି ମନ୍ତ୍ରୀମାନେ ଏଠାରେ ସୁରକ୍ଷିତ ନୁହଁନ୍ତି, ତେବେ ସାଧାରଣ ଲୋକ ଏବଂ ନାବାଳିକାଙ୍କ ବିଷୟରେ କ’ଣ କହିବେ?

ସେ କହିଛନ୍ତି, ପରିବର୍ତ୍ତନର ସମୟ ଆସିୟାଇଛି। ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ, ମୋଦୀଜୀଙ୍କ ଲୋକପ୍ରିୟତା ଏବଂ ବିଜେପିର ଭଲ ଶାସନ ଦ୍ୱାରା ଆମ ଦଳ ପୁଣି ଥରେ ସରକାର ଗଠନ କରିବ। ଯେଉଁଠି ଡବଲ୍ ଇଞ୍ଜିନ୍ ସରକାର ଅଛି, ସେଠାରେ ବିକାଶର ଗତି ତ୍ୱରାନ୍ୱିତ ହୋଇଛି, ଏକଥାକୁ ଅସ୍ବୀକାର କରିହେବ ନାହିଁ।

ସାରା ଦେଶରେ ଓଡ଼ିଶାରେ ଅପରାଧ ହାର ସର୍ବାଧିକ ବୃଦ୍ଧି ପାଇଛି। ଆମେ ଓଡ଼ିଶାବାସୀ ଏହି ବର୍ଦ୍ଧିତ ଅପରାଧ ଗ୍ରାଫର ଶିକାର ହେଉଛୁ। ତେଣୁ ଆମ ରାଜ୍ୟର ଝିଅ ଓ ମହିଳାଙ୍କ ଭବିଷ୍ୟତ କ’ଣ ହେବ ସେ ବିଷୟରେ  ଚିନ୍ତା କରିବା ଆବଶ୍ୟକ ରହିଛି ବୋଲି ବୈଜୟନ୍ତ ପଣ୍ଡା କହିଛନ୍ତି।

Leave A Reply

Your email address will not be published.