Latest Odisha News

[ଦେଖନ୍ତୁ ଭିଡିଓ] କୋଭିଡ କଟକଣାରେ ମାଘ ସପ୍ତମୀ ବୁଡ

କୋଣାର୍କ: ପବିତ୍ର ମାଘସପ୍ତମୀରେ ଖାଖାଁ ଚନ୍ଦ୍ରଭାଗା ବେଳାଭୂମି । କୋଭିଡ ପାଇଁ ଶ୍ରଦ୍ଧାଳୁ ମାନେ ବୁଡ଼ ପକାଇବାରୁ ନେଇ ସୂର୍ଯ୍ୟ ଦର୍ଶନ ଉପରେ ଲାଗିଥିଲା କଟକଣା । ବର୍ଷକୁ ଥରେ ଆସୁଥିବା ଏହି ସୁଯୋଗକୁ ହାତଛଡା କରିଛନ୍ତି ଶ୍ରଦ୍ଧାଳୁ । ଯେଉଁଠି ହଜାର ହଜାର ଶ୍ରଦ୍ଧାଳୁ ବୁଡ଼ ପକାନ୍ତି ସେଠି କାଭାଁ ଶ୍ରଦ୍ଧାଳୁ ଦେଖିବାକୁ ମିଳିଛି । ମାଘ ମାସ ଶୁକ୍ଲପକ୍ଷ ସପ୍ତମୀ ତିଥିରେ ସୂର୍ଯ୍ୟ ଭଗବାନଙ୍କ ଜନ୍ମଦିନରେ ଅର୍କକ୍ଷେତ୍ର ଶୂନଶାନ ହୋଇପଡ଼ିଛି ।

ଭିଡ଼ ଯୋଗୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା କରାଯାଇଥିବା ବେଳେ ୧୪୪ ଧାରା ଜାରି କରାଯାଇଛି । କଡା ସୁରକ୍ଷା ମଧ୍ୟରେ ତିନି ଠାକୁର ମହାପ୍ରଭୁ ତ୍ରିବେଣୀଶ୍ଵର, ଐଶାନେଶ୍ବର, ଦକ୍ଷିଣେଶ୍ବର ମହାଦେବ ପାରମ୍ପରିକ ଶୋଭାଯାତ୍ରାରେ ଆସି ଚନ୍ଦ୍ରଭାଗା ତୀର୍ଥ ପୁଜା ମଣ୍ଡପରେ ପହଞ୍ଚିଥିଲେ । ପରେ ଭୋର ୪ଟା ୨୦ରେ ମହାପ୍ରଭୁଙ୍କ ନୀତିକାନ୍ତି ଓ ମହାସ୍ନାନ ଅନୁଷ୍ଠିତ ହୋଇଥିଲା । ସାଧୁ ,ସନ୍ଥ , ସେବକମାନେ ବୁଡ଼ ପକାଇଥିଲେ ।

Comments are closed, but trackbacks and pingbacks are open.