Latest Odisha News

BREAKING NEWS

ମାର୍ଚ୍ଚ ୫ ତାରିଖରେ +୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ଦିଆଯିବ ‘ମ୍ୟାଜିକ କାର୍ଡ’: ପାଣ୍ଡିଆନ୍

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ୫ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ସମ୍ବଲପୁର, ଅନୁଗୁଳ ଓ ଦେବଗଡ଼ ଜିଲ୍ଲା ଗସ୍ତ କରିଥିଲେ। ଏହି ଜିଲ୍ଲାଗୁଡ଼ିକରେ ନୂଆ-ଓ ସ୍କଲାରସିପ୍ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇ ୫୭ଟି କଲେଜର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ, ସରକାରୀ ମହାବିଦ୍ୟାଳୟ, ବେସରକାରୀ ଅନୁଦାନପ୍ରାପ୍ତ ଓ ଅଣଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ସମସ୍ତ ଯୋଗ୍ୟ ପିଜି ଓ ୟୁଜି ଛାତ୍ରଛାତ୍ରୀଙ୍କୁ ସୁବିଧା ପ୍ରଦାନ କରୁଥିବା ନୂଆ-ଓ ସ୍କଲାରସିପ୍ ସମ୍ପର୍କରେ ସେ ସେମାନଙ୍କୁ ଅବଗତ କରାଇଥିଲେ। ଛାତ୍ରବୃତ୍ତି ରାଶି ଛାତ୍ରଛାତ୍ରୀଙ୍କ ବର୍ଗ ଅନୁଯାୟୀ ଭିନ୍ନ ଭିନ୍ନ ହୋଇଥାଏ।

ଏହି ଅବସରରେ ପାଣ୍ଡିଆନ୍ ଘୋଷଣା କରିଛନ୍ତି ଯେ ଏହି ତିନି ଜିଲ୍ଲାର ୨୮,୧୧୨ ଜଣ ଛାତ୍ରଛାତ୍ରୀ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଛାତ୍ରବୃତ୍ତି ରାଶି ପାଇବେ ଏବଂ ଏଥିପାଇଁ ମୋଟ ୨୮.୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଛାତ୍ରଛାତ୍ରୀଙ୍କୁ ନୂଆ-ଓ ସ୍କଲାରସିପ୍ ମଞ୍ଜୁରୀ ଆଦେଶ ମଧ୍ୟ ବଣ୍ଟନ କରିଥିଲେ।

ଛାତ୍ରଛାତ୍ରୀଙ୍କ ସଫଳତା କାମନା କରିବା ସହ ନୂଆ ଓଡ଼ିଶାର ବିକାଶରେ ଏହି ପଦକ୍ଷେପ ସହାୟକ ହେବ ବୋଲି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତାକୁ ପ୍ରଶଂସା କରିଥିଲେ।

ପାଣ୍ଡିଆନ୍ କହିଥିଲେ ଯେ ୨୦୨୪-୩୪ ଦଶନ୍ଧି ଯୁବପିଢ଼ିଙ୍କୁ ସମର୍ପିତ କରାଯିବ। ଯେଉଁମାନେ ନୂଆ ଓଡ଼ିଶାର ଲକ୍ଷ୍ୟ ହାସଲ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ସଶକ୍ତ ହେବେ। ମିଶନ ଶକ୍ତି ମାଧ୍ୟମରେ ମହିଳାମାନଙ୍କ ପାଇଁ ସଶକ୍ତୀକରଣ ପଦକ୍ଷେପ ଭଳି ଆଗାମୀ ୧୦ ବର୍ଷ ମଧ୍ୟରେ ଯୁବ ସଂପୃକ୍ତି, ସଶକ୍ତୀକରଣ ଏବଂ ବିକାଶ ପାଇଁ ପ୍ରମୁଖ ହସ୍ତକ୍ଷେପ କାର୍ଯ୍ୟକାରୀ କରାଯିବ ବୋଲି ସେ ଉଲ୍ଲେଖ କରିଥିଲେ।

ପାଣ୍ଡିଆନ ସରକାରଙ୍କ ଆଗାମୀ ପଦକ୍ଷେପ ନବୀନ ଓଡ଼ିଶା ମ୍ୟାଜିକ୍ କାର୍ଡ ବିଷୟରେ ମଧ୍ୟ ପ୍ରକାଶ କରିଥିଲେ। ଏହି ପଏଣ୍ଟ-ସିଷ୍ଟମ ଆଧାରିତ ସ୍ମାର୍ଟ କାର୍ଡ ର ଉଦ୍ଦେଶ୍ୟ ହେଉଛି ଯୁବବର୍ଗଙ୍କୁ ନିୟୋଜିତ କରିବା ଏବଂ ସଶକ୍ତ କରିବା, ସେମାନଙ୍କ ଶିକ୍ଷାଗତ ବିକାଶ, ବ୍ୟକ୍ତିତ୍ୱ ବିକାଶ, ଦକ୍ଷତା ବିକାଶ ଏବଂ ରୋଜଗାରକୁ ସୁଗମ କରିବା । ଏହି କାର୍ଡ “ସମୃଦ୍ଧିର ପାସପୋର୍ଟ” ହେବ, ଯେଉଁଥିରେ ବିଭିନ୍ନ ସୁବିଧା ଏବଂ ସୁଯୋଗ ଉପଲବ୍ଧ ହେବ ।

ଏହି ପଏଣ୍ଟ-ସିଷ୍ଟମରେ କେଉଁ ସବୁ କାର୍ଯ୍ୟକଳାପ ଅନ୍ତର୍ଭୁକ୍ତ କରାଯାଇପାରିବ ସେ ସମ୍ପର୍କରେ ସରକାର ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କଠାରୁ ଅଧିକ ମତାମତ ଲୋଡ଼ିବେ। ସମ୍ପୂର୍ଣ୍ଣ ଜ୍ଞାନକୌଶଳ ଭିତ୍ତିକ ଏହି କାର୍ଡ ଯୁବସଂପୃକ୍ତତା ଓ ସଶକ୍ତୀକରଣରେ ବୈପ୍ଳବିକ ପରିବର୍ତ୍ତନ ଆଣିବ। ଏହି କାର୍ଡ ପାଇଁ ଅନଲାଇନ୍ ରେଜିଷ୍ଟ୍ରେସନ ପୋର୍ଟାଲ ମାର୍ଚ୍ଚ ୫, ୨୦୨୪ରେ ଆରମ୍ଭ ହେବ ଏବଂ ଅଗଷ୍ଟ ୧୫ ରୁ କାର୍ଡ ବଣ୍ଟନ ଆରମ୍ଭ ହେବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଏହି ପଦକ୍ଷେପ ଓ ଏହାର ତ୍ୱରିତ କାର୍ଯ୍ୟକାରିତା ପାଇଁ ଛାତ୍ରଛାତ୍ରୀମାନେ ଉତ୍ସାହ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ପଦକ୍ଷେପ ଛାତ୍ରଛାତ୍ରୀଙ୍କ କ୍ୟାରିୟର ପ୍ରଗତି ଓ ବ୍ୟକ୍ତିତ୍ବ ବିକାଶରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହ ଏକ ନୂତନ, ଆକାଂକ୍ଷୀ, ଆଧୁନିକ ଓ ପ୍ରଗତିଶୀଳ ଓଡ଼ିଶା ଗଠନରେ ସହାୟକ ହେବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.