Latest Odisha News

BREAKING NEWS

ଓ୍ବାଏନାଡ ନୁହଁ ଅନ୍ୟ ଦୁଇ ରାଜ୍ୟର ଲୋକସଭା ଆସନରୁ ପ୍ରାର୍ଥୀ ହେବେ ରାହୁଲ ଗାନ୍ଧୀ!

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନରେ କେରଳର ୱାଏନାଡରେ ଥିବା ନିଜ ସଂସଦୀୟ ଆସନ ଛାଡିପାରନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। କୁହାଯାଉଛି ଯେ ରାହୁଲ ଗାନ୍ଧୀ ନିର୍ବାଚନରେ ଦୁଇଟି ଭିନ୍ନ ଭିନ୍ନ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବେ। ଗୋଟିଏ କର୍ଣ୍ଣାଟକ କିମ୍ବା ତେଲେଙ୍ଗାନା ଏବଂ ଅନ୍ୟଟି ଉତ୍ତରପ୍ରଦେଶରେ ହେବାର ସମ୍ଭାବନା ରହିଛି।

କେରଳରେ ଚାଲିଥିବା ଆସନ ବୁଝାମଣା ମଧ୍ୟରେ ଇଣ୍ଡିଆନ୍ ୟୁନିୟନ ମୁସଲିମ୍ ଲିଗ୍ (ଆଇୟୁଏମ୍ଏଲ୍) କଂଗ୍ରେସ ଦଳ ଉପରେ ୨ଟି ବଦଳରେ ୩ଟି ଆସନ ଆବଣ୍ଟନ କରିବାକୁ ଚାପ ପକାଉଥିବା ଜଣାପଡ଼ିଛି। ଏହି ନିର୍ବାଚନମଣ୍ଡଳୀରେ ମୁସଲମାନ ଭୋଟରଙ୍କ ଉଲ୍ଲେଖନୀୟ ଉପସ୍ଥିତି ଯୋଗୁଁ ଆଇୟୁଏମଏଲ ୱାଏନାଡରୁ ନିର୍ବାଚନ ଲଢ଼ିବାକୁ ବିଶେଷ ଭାବରେ ଆଗ୍ରହୀ ।

ଏହା ବ୍ୟତୀତ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ଦଳର ସାଧାରଣ ସମ୍ପାଦକ ଡି ରାଜାଙ୍କ ପତ୍ନୀ ଆନି ରାଜାଙ୍କୁ ୱାଏନାଡରୁ ପ୍ରାର୍ଥୀ କରିଛି। ଏହି ପଦକ୍ଷେପ ଇଣ୍ଡିଆ ମେଣ୍ଟ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। କାରଣ ଜଣେ ବିଶିଷ୍ଟ ନେତାଙ୍କ ପତ୍ନୀ ରାହୁଲ ଗାନ୍ଧୀଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବା ସମ୍ଭବତଃ ଏକ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସିପିଆଇ ସାଧାରଣ ସମ୍ପାଦକ ଡି ରାଜା କହିଛନ୍ତି ଯେ ୱାଏନାଡ ନିର୍ବାଚନ ମଣ୍ଡଳୀ ଖାଲି କରିବାକୁ କଂଗ୍ରେସକୁ ଅନୁରୋଧ କରିବା ବିଷୟରେ ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ କୌଣସି ଆଲୋଚନା ହୋଇନାହିଁ। ଡି ରାଜା କହିଛନ୍ତି, ଏଲଡିଏଫ ମଧ୍ୟରେ ଆସନ ବୁଝାମଣା ଅନୁଯାୟୀ ସିପିଆଇକୁ ମିଳିଥିବା ୪ଟି ଆସନ ମଧ୍ୟରୁ ୱାଏନାଡ ଅନ୍ୟତମ। ୨୦୧୯ ନିର୍ବାଚନରେ ରାହୁଲ ଗାନ୍ଧୀ ସିପିଆଇ ପ୍ରାର୍ଥୀ ପିପି ସୁନୀରଙ୍କୁ ପରାସ୍ତ କରି ୱାଏନାଡ ଆସନରୁ ୪ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।

Leave A Reply

Your email address will not be published.