Latest Odisha News

BREAKING NEWS

ସକାଳୁ ସକାଳୁ ବଙ୍ଗୋପସାଗରରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୨

ନୂଆଦିଲ୍ଲୀ: ସକାଳୁ ସକାଳୁ ବଙ୍ଗୋପସାଗରରେ ଭୂକମ୍ପ ଝଟକା । ସକାଳ ପ୍ରାୟ ୫.୩୨ମିନି଼ଟରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ଥିବା ନେଇ ସୂଚନା ମିଳିଛି ।

ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜିର ସୂଚନା ଅନୁଯାୟୀ, ବଙ୍ଗୋପସାଗରର ଖାଡିରେ ୧୦ କିଲୋମିଟର ଗଭୀରରେ ଏହି ଭୂକମ୍ପ ଥିଲା । ତେବେ ଏହି ଭୂକମ୍ପରେ କୌଣସି ଧନ ଜୀବନ ହାନି ହେବାର ଖବର ମିଳିନାହିଁ ।

ସୂଚନାଯୋଗ୍ୟ ଯେ, ଗତକାଲି ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଥିଲା । ଦିଲ୍ଲୀ-ଏନସିଆର ବ୍ୟତୀତ ୟୁପି, ବିହାର, ଉତ୍ତରାଖଣ୍ଡ, ହରିୟାଣା ଭଳି ରାଜ୍ୟରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା ।

Leave A Reply

Your email address will not be published.