Latest Odisha News

BREAKING NEWS

ବୀରମହାରାଜପୁର ଜଗନ୍ନାଥ ମନ୍ଦିରରୁ ଚୋରି : ତାଲା ଭାଙ୍ଗି ହୁଣ୍ଡି ଟେକି ନେଲେ ଦୁର୍ବୁତ୍ତ

ସୁବର୍ଣ୍ଣପୁର : ଦିନକୁ ଦିନ ବଢିଚାଲିଛି ଚୋରୀ , ଲୁଟପାଟ୍ ଭଳି ଅପରାଧିକ କାର୍ଯ୍ୟାକଳାପ । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଜଗନ୍ନାଥ ମନ୍ଦିରରେ  । ମନ୍ଦିରର ମୁଖ୍ୟ ଦ୍ବାରାର ତାଲା କାଟି  ଦୁଇ ହୁଣ୍ଡି ଚୋରି କରିନେଇଛନ୍ତି ଦୁର୍ବୁତ୍ତ । ଏ ନେଇ ମନ୍ଦିର କମିଟି ତରଫରୁ ଥାନାରେ ମାମଲା ରୁଜୁ ହୋଇଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି ।  ସୂଚନା ମୂତାବକ  ଗତକାଲି ରାତିରେ ମନ୍ଦିର ପୂଜନ ମନ୍ଦିରରେ ତାଲା ପକାଇ ଘରକୁ ଯାଇଥିଲେ ।   ।

ଆଜି ଭୋର ସକାଳୁ ମନ୍ଦିର ଦ୍ବାର ଖୋଲିବା ପାଇଁ ପୂଜକ ବିଶ୍ଵାମିତ୍ର ଚାନ୍ଦ ଆସି ଦେଖିଲା ବେଳକୁ ସିଂହ ଦ୍ୱାର ତାଲା ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ । ଭିତରକୁ ଯାଇ ଦେଖିଲା ବେଳକୁ ଦୁଇ ହୁଣ୍ଡି ନଥିଲା । ଏନେଇ ସେ ମନ୍ଦିର ପରିଚାଳନା କମିଟିକୁ ଜଣାଇଥିଲେ । ପରେ ସଭାପତି ବିଷ୍ଣୁ ଚରଣ ପଣ୍ଡା ଓ ସମ୍ପାଦକ ଶମ୍ଭୁପ୍ରସାଦ ହୋତା ଘଟଣା ସ୍ଥଳକୁ ଆସି ଦେଖିବା ପରେ ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।  ପୋଲିସ ଏକ ମାମଲା ରୁଜ୍ଜୁ କରି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.