Latest Odisha News

BREAKING NEWS

ଦୁନିଆର ସବୁଠୁ ଭୟାନକ ପାର୍କ : ନାଁ ଶୁଣିଲେ ଲୋମଟାଙ୍କୁରୀ ଉଠେ, ସନ୍ଧ୍ୟା ହେଲେ ଯିବାକୁ ଭୟ କରନ୍ତି ଲୋକ..

ନୂଆଦିଲ୍ଲୀ : ଦୁନିଆରେ ଅନେକ ଐତିହାସିକ ସ୍ଥଳୀ ରହିଛି  । ଯେଉଁଠାକୁ ପ୍ରତିଦିନ ଶହ ଶହ ଲୋକ ବୁଲିବାକୁ ଯାଆନ୍ତି  । ଅନେକ ରହସ୍ୟମୟୀ ସ୍ଥାନ ମଧ୍ୟ ରହିଛି  । ଯାହାର ଭୟାନକ କାହାଣୀ ଆଜିବି ଲୋକଙ୍କୁ ଅଛପା  । ଯାହାର ନାଁ ଶୁଣିଲେ ଲୋମଟାଙ୍କୁରୀ ଉଠେ  । ଏପରି ଅନେକ ସ୍ଥାନ ଅଛି ଯେଉଁଠାରେ ଆତ୍ମା ବାସ କରନ୍ତି । ଏଭଳି ସ୍ଥାନକୁ ଯିବାକୁ ଲୋକେ ଭୟ କରନ୍ତି ।

ତେବେ ଆସନ୍ତୁ ଜାଣିବା ଏମିତି କିଛି ରହସ୍ୟମୟୀ ସ୍ଥାନ ବିଷୟରେ । ଆମେରିକାର ପଶ୍ଚିମ ଭର୍ଜିନିଆର ପ୍ରିନ୍ସଟନ୍ ସହରରେ ରହିଛି ‘ଲେକ୍‌ ଶାଉନି ଆମ୍ୟୁଜମେଣ୍ଟ ପାର୍କ’  ।  ଯାହାକୁ ଅଭିଶପ୍ତ ବୋଲି କୁହାଯାଏ । କାରଣ ଏଠାରେ ୬ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ଏହି ପାର୍କକୁ ବନ୍ଦ କରାଯାଇଥିଲା । ଅନେକ ଲୋକ ଏହାକୁ ଦୁନିଆର ସବୁଠାରୁ ହଣ୍ଟେଡ ଆମ୍ୟୁଜମେଣ୍ଟ ପାର୍କ କୁହନ୍ତି ।

ଶାଉନି ହ୍ରଦ କୂଳରେ ପ୍ରଥମେ ୧୯୨୦ ମସିହାରେ ଜଣେ ବ୍ୟବସାୟୀ କାନଲି ସ୍ନିଡୋଙ୍କ ଦ୍ୱାରା ଏହି ପାର୍କ ଖୋଲା ଯାଇଥିଲା । ୬୨ ବର୍ଷ ପର୍ଯ୍ୟନ୍ତ ଏହା ସୁରୁଖୁରୁରେ ଚାଲୁରହିଥିଲା । ଲୋକଙ୍କ କହିବା ମୂତାବକ ଏହି ପାର୍କ ଏକ ଶ୍ବଶାନ ଉପରେ ନିର୍ମିତ ହୋଇଥିବାରୁ  ଏଠାରେ ହଠାତ୍ ଏଭଳି ଅଘଟଣ ଘଟିଥିଲା । ଏଠାରେ ଥିବା ସୁଇମିଂ ପୁଲରେ ବୁଡି ଏକ ଛୋଟ ଶିଶୁର ମୃତ୍ୟୁ ହୋଇଥିଲା । ସେହି ସମୟରେ ପାର୍କର ମାଲିକ ଏହି ପୁଲକୁ ବାଲିରେ ଭର୍ତ୍ତି କରି ଦେଇଥିଲେ ।

ଏଠାରେ ଏକ ୩ ବର୍ଷର ଝିଅର ମଧ୍ୟ ମୃତ୍ୟୁ ଘଟିଥିଲା । ସେ ଲିଫ୍ଟରେ ଚାପି ଯାଇଥିଲା । ଅନ୍ୟ ଏକ ବାଳକ ଦୋଳି ଖେଳୁଥିବା ବେଳେ ଦୁର୍ଘଟଣା ଘଟିଥିଲା  । ଏହାପୂର୍ବରୁ ୧୯୩୪ ମସିହାରେ ଜଣେ ମହିଳାଙ୍କୁ ପାର୍କ ବାହାରେ ଗୁଳି କରାଯାଇଥିଲା । ୧୯୬୬ ମସିହାରେ ଏଭଳି ଅଜବ ଦୁର୍ଘଟଣା ଘଟୁଥିବା ଯୋଗୁଁ ପାର୍କ ସବୁଦିନ ପାଇଁ ବନ୍ଦ ହୋଇଯାଇଥିଲା । ଏହି ସ୍ଥାନ ଏବେ ବନ୍ଦ ରହିଛି । ସନ୍ଧ୍ୟା ହେବା ମାତ୍ରେ ଲୋକମାନେ ଏହି ସ୍ଥାନ ଦେଇ ଯିବାକୁ ମଧ୍ୟ ଭୟ କରନ୍ତି ।

Leave A Reply

Your email address will not be published.