Latest Odisha News

BREAKING NEWS

କାଶ୍ମୀରରେ ଶକ୍ତିଶାଳୀ ଭୂମିକମ୍ପ, ଦିଲ୍ଲୀ ସମେତ ଥରାଇ ଦେଲା ଉତ୍ତର ଭାରତ

ନୂଆଦିଲ୍ଲୀ: ପୂର୍ବ କାଶ୍ମୀରରେ ଶକ୍ତିଶାଳୀ ଭୂମିକମ୍ପ। ଦିଲ୍ଲୀ ସମେତ ଥରାଇ ଦେଲା ଉତ୍ତର ଭାରତ। ମଙ୍ଗଳବାର ଦିନ ୧.୩୦ ବେଳେ ପୂର୍ବ କାଶ୍ମୀରରେ ଭୂମିକମ୍ପ ହୋଇଛି।  ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ରର ସୂଚନା ଅନୁସାରେ ରିକ୍ଟୋର ସ୍କେଲ୍‌ରେ ତୀବ୍ରତା ୫.୪ ରହିଛି।

ମିଳିଥିବା ପ୍ରାଥମିକ ରିପୋର୍ଟ ଅନୁସାରେ, ଜାମ୍ମୁ-କାଶ୍ମୀର ଦୋଡ଼ା ଜିଲ୍ଲା ଗଣ୍ଡୋହ ଭାଲେସା ଗାଁରୁ ୧୮ କିମି ଦୂରରେ ଭୂମିକମ୍ପ କେନ୍ଦ୍ରୀଭୂତ ହୋଇଛି। ଏହାର ଗଭୀରତା ୩୦ କିମି ରହିଛି। ଏହି ଶକ୍ତିଶାଳୀ ଭୂମିକମ୍ପରେ ଦିଲ୍ଲୀ ସମେତ ଆଖାପାଖ ଅଞ୍ଚଳ ଥରି ଉଠିଛି। ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ ସୂଚନା ମିଳି ନାହିଁ।

Comments are closed.