Latest Odisha News

BREAKING NEWS

ଯାତ୍ରା ସମୟରେ ବାନ୍ତି ଲାଗିଲେ କ’ଣ କରିବେ ? ଜାଣନ୍ତୁ ଉପାୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଗ୍ରୀଷ୍ମ ଛୁଟି ଚାଲିଛି ଏବଂ ଏହି ସମୟ ମଧ୍ୟରେ ବହୁତ ଲୋକେ ବୁଲିବାକୁ ବହାରନ୍ତି। ପିଲାମାନେ ନିଜ ମାମୁଁ ଘରେ କିମ୍ବା ସମ୍ପର୍କୀୟଙ୍କ ଘରକୁ ଯାଆନ୍ତି। କିଛି ବ୍ୟକ୍ତି ଏପରି ଅଛନ୍ତି ଯେଉଁମାନେ ବସରେ କିମ୍ବା କାରରେ ଯାତ୍ରା କରିବା ବେଳେ ବାନ୍ତି କରନ୍ତି। ଆଉ ଏହି ବାନ୍ତି ଭୟରେ ବୁଲି ଯାଇ ପାରନ୍ତି ନାହିଁ। ତେବେ ଚିନ୍ତା କରନ୍ତୁ ନାହିଁ କାରଣ ଘରୋଇ ଉପଚାରରେ ଯାତ୍ରା ସମୟରେ ବାନ୍ତି ସମସ୍ୟାରୁ ମୁକ୍ତି ପାଇପାରିବେ।

ଭ୍ରମଣ ସମୟରେ ଆପଣ ଏହି ଜିନିଷଗୁଡ଼ିକୁ ସାଙ୍ଗରେ ନେଇପାରିବେ ଯାହାକୁ ବ୍ୟବହାର କଲେ ଆପଣଙ୍କୁ ଜମା ବାନ୍ତି ଲାଗିବ ନାହିଁ।

ଲେମ୍ବୁ- ଯାତ୍ରା ସମୟରେ ବାନ୍ତି ଲାଗିଲେ ଲେମ୍ବୁ ସେବନ କରନ୍ତୁ। ଲେମ୍ବୁରେ ଥିବା ସାଇଟ୍ରିକ୍ ଏସିଡ୍ ବାନ୍ତିକୁ ରୋକି ଥାଏ। ଯାତ୍ରା ପୂର୍ବରୁ ଆପଣ ଉଷୁମ ପାଣିରେ ଲେମ୍ବୁ ରସ ଓ ଲୁଣ ପକାଇ ସେବନ କରନ୍ତୁ।

ଅଦା- ଅଦାରେ ଆୟୁର୍ବେଦିକ ଗୁଣରେ ପରିପୂର୍ଣ୍ଣ ଏବଂ ବାନ୍ତି ରୋକିବାରେ ମଧ୍ୟ ସାହାଯ୍ୟ କରେ। ଅଦାରେ ଆଣ୍ଟିମେନିକ୍ ଗୁଣ ଥାଏ। ଆଣ୍ଟିମେନିକ୍ ବାନ୍ତି ଏବଂ ମୁଣ୍ଡ ବିନ୍ଧାରୁ ଆରାମ୍ ଦେଇଥାଏ। ତେଣୁ ଯାତ୍ରା ସମୟରେ ପାଟିରେ ଅଦାର ଜାକନ୍ତୁ କିମ୍ବା ଅଦା ଚା’ ପିଅନ୍ତୁ। ଯାତ୍ରା ସମୟରେ ଗୋଟିଏରୁ ଦୁଇ ଖଣ୍ଡ ଅଦା ପାଟିରେ ଜାକି ରଖନ୍ତୁ ଏବଂ ଏହାକୁ ଧୀରେ ଧୀରେ ଚୋବାନ୍ତୁ।

ଅଳେଇଚ- ସୁଗନ୍ଦ ଭରା ପାଟିକୁ ସବୁବେଳେ ସତେଜ ରଖିବ ଅଳେଇଚ। ଯାତ୍ରା ସମୟରେ ଗୋଟିଏରୁ ଦୁଇ ଖଣ୍ଡ ଅଳେଇଚ ଖାଆନ୍ତୁ। ଯାତ୍ରା ସମୟରେ ଏସିଡିଟି କିମ୍ବା ପେଟରେ ଗ୍ୟାସ ହୋଇଯାଏ। ଏହି ସମୟରେ ଅଳେଇଚ ଭଲ କାମରେ ଆସେ।

ବେକିଂ ସୋଡା- ବସ୍ କିମ୍ବା କାରରେ ଯାତ୍ରା କରିବା ସମୟରେ ଆପଣ ନିଜ ବ୍ୟାଗରେ ଟିକେ ବେକିଂ ସୋଡା ରଖିପାରିବେ। ଯେତେବେଳେ ଆପଣଙ୍କୁ ବାନ୍ତି ଲାଗିବ କିମ୍ବା ବାନ୍ତି ଭଳି ଅନୁଭବ କରିବେ ସେହି ସମୟରେ ଏକ ଗ୍ଲାସ ପାଣିରେ ଅଧା ଚାମଚ ବେକିଂ ସୋଡା ପକାଇ ପିଇଦେବେ। ଏପରି କଲେ ପେଟ ଆରାମ ପାଇବ ଏବଂ ବାନ୍ତି ମଧ୍ୟ ବନ୍ଦ ହୋଇଯିବ।

Leave A Reply

Your email address will not be published.