Latest Odisha News

ମହାକୁମ୍ଭରେ ବଢିବ ଦେଶର ଆର୍ଥିକ ଅଭିବୃଦ୍ଧି, ୪ ଲକ୍ଷ କୋଟିରୁ ଅଧିକ ଖର୍ଚ୍ଚ କରିପାରନ୍ତି ଶ୍ରଦ୍ଧାଳୁ

ନୂଆଦିଲ୍ଲୀ : ମହାକୁମ୍ଭ ମେଳାକୁ ମାନବ ଜାତିର ସବୁଠାରୁ ବଡ ସାଂସ୍କୃତିକ ସମାଗମ ବୋଲି ଜଣାଯାଏ। ଏହା କେବଳ ଆଧ୍ୟାତ୍ମିକ ମହତ୍ବ ରଖେନାହିଁ ବଂର ଏହାର ଆର୍ଥିକ ପ୍ରଭାବ ମଧ୍ୟ ରହିଥାଏ। ସୂତ୍ର ଅନୁସାରେ ୨୦୨୪ ମହାକୁମ୍ଭରୁ ୪ ଲକ୍ଷ କୋଟି ଟଙ୍କାରୁ ଅଧିକ ବାଣିଜ୍ୟ ହେବାର ଅନୁମାନ କରାଯାଇଛି। ଏହା ଦ୍ବାରା ଭାରତର ଅର୍ଥବ୍ୟବସ୍ଥାକୁ ବହୁ ମାତ୍ରାରେ ସୁଦୃଢ ହେବ। ଏହା ଜିଡିପି ବୃଦ୍ଧି ସହ ରାଜସ୍ବକୁ ନୂଆ ଦିଗ ଦେବ।

ଉତ୍ତର ପ୍ରଦେଶ ସରକାରଙ୍କ ସୂଚନା ଅନୁସାରେ, ମହାକୁମ୍ଭ ମେଳାରେ ୪୦ କୋଟିରୁ ଅଧିକ ଘରୋଇ ଓ ଅନ୍ତର୍ଜାତୀୟ ଆଗନ୍ତୁକ ଯୋଗ ଦେବାର ଅନୁମାନ କରାଯାଉଛି। ଯଦି ପ୍ରତ୍ୟେକ ବ୍ୟକ୍ତି ହାରାହାରି ୫୦୦୦ ରୁ ୧୦୦୦୦ ଟଙ୍କା ଖର୍ଚ୍ଚ କରନ୍ତି, ତେବେ ମୋଟ ଖର୍ଚ୍ଚ ୪.୫ ଲକ୍ଷ କୋଟି ପର୍ଯ୍ୟନ୍ତ ଖର୍ଚ୍ଚ ହେବ। ଏଥିରେ  ପରିବହନ, ଖାଦ୍ୟପେୟ, ହସ୍ତଶିଳ୍ପ ଓ ପର୍ଯ୍ୟଟନ ଭଳି ବିଭିନ୍ନ କ୍ଷେତ୍ରକୁ ଅନେକ ଲାଭ ହେବ।

ମହାକୁମ୍ଭ କାରଣରୁ ଜିଡିପିରେ ୧%ରୁ ଅଧିକ ବୃଦ୍ଧି ହେବାର ଅନୁମାନ କରାଯାଉଛି । ୨୦୨୩-୨୪ ରେ ଭାରତର ଜିଡିପି ୨୯୫.୩୬ ଲକ୍ଷ କୋଟି ଥିଲା, ଯାହା ୨୦୨୪-୨୫ ରେ ୩୨୪.୧୧ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ବଢିବାର ଆଶା ରହିଛି। ସେହିପରି ସରକାରୀ ରାଜସ୍ବ ମଧ୍ୟ ବଢିବ। ସରକାରଙ୍କ ଦ୍ବାରା ଆଦାୟ କରାଯାଉଥିବା ଜିଏସ୍‌ଟି ସଂଗ୍ରହ ୫୦,୦୦୦ କୋଟି ଟଙ୍କା ଛୁଇଁପାରେ। ଉତ୍ତର ପ୍ରଦେଶ ସରକାର ମହାକୁମ୍ଭ ପାଇଁ ୧୬,୦୦୦ କୋଟି ଟଙ୍କାର ନିବେଶର ଯୋଜନା ତିଆରି କରିଛି। ଏହି ନିବେଶ ହାଇ ରିଟର୍ଣ୍ଣ ଦେବ ବୋଲି ଆଶା କରାଯାଉଛି। ଫଳରେ ସାଂସ୍କୃତିକ ଓ ଆର୍ଥିକ  ଲାଭ ହେବ।

Comments are closed.