Latest Odisha News

ନିଜର ଶୋ’ ଆରମ୍ଭ କରୁଛନ୍ତି ମହାଭାରତର ‘ଭୀଷ୍ମ’

ନୂଆଦିଲ୍ଲୀ: ‘ଦି କପିଲ ଶର୍ମା ଶୋ’କୁ ଅଶ୍ଳୀଳ ବୋଲି ବର୍ଣ୍ଣନା କରିଥିବା ଅଭିନେତା ମୁକେଶ ଖାନ୍ନା ନିଜର ଶୋ’ ଆରମ୍ଭ କରିଛନ୍ତି। ଯାହା ‘ଦି କପିଲ ଶର୍ମା ଶୋ’ର ଟାଇଟଲ ସହିତ ମେଳ ଖାଉଛି।

ଯେଉଁଥିରେ ସେ ମହାଭାରତର ଅନୁଭୂତି ବାଣ୍ଟୁଥିବା ନଜର ଆସୁଛନ୍ତି। ଏହି ଶୋ’ରେ ସେ ମହାଭାରତ ପରି ପ୍ରସିଦ୍ଧ ତଥା ଲୋକପ୍ରିୟ ସିରିଏଲର ନିର୍ମାଣ ତଥା ସୁଟିଂ ବିଷୟରେ ଆଲୋଚନା କରିବେ।

ଅଧିକ ପଢନ୍ତୁ- କପିଲଙ୍କ କମେଡି ଅଶ୍ଲୀଳ ଓ ଶସ୍ତା: ଶକ୍ତିମାନ୍ !

ଏହି ଶୋ’ରେ ଅତିଥି ଭାବରେ ମହାଭାରତରେ କାର୍ଯ୍ୟ କରିଥିବା ତାରକାମାନେ ମଧ୍ୟ ଯୋଗଦେବେ ଏବଂ ସେମାନଙ୍କ ଅନୁଭୂତି ବାଣ୍ଟିବେ। ମହାଭାରତ ଭେଟେରାନ ଅଭିନେତା ପୁଣେ ଇସର ମଧ୍ୟ ଏହି ଶୋ’ରେ ନଜର ଆସିଥିଲେ।

Comments are closed.