Latest Odisha News

ସୁପ୍ରିମକୋର୍ଟରେ ପହଞ୍ଚିଲା ମହାକୁମ୍ଭମେଳା ଦଳାକଟକଣା ମାମଲା

ପ୍ରୟାଗରାଜ: ଉତ୍ତରପ୍ରଦେଶ ପ୍ରୟାଗରାଜ ମହାକୁମ୍ଭମେଳାରେ ଦଳାଚକଟା ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ଏଥିରେ ଦଳାଚକଟା ସମ୍ପର୍କରେ ରିପୋର୍ଟ ତଲବ କରିବାକୁ ଦାବି କରାଯାଇଛି। ଦାୟୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଲୋଚନା ହୋଇଛି। ଏହା ବ୍ୟତୀତ ବଡ଼ ବଡ଼ କାର୍ଯ୍ୟକ୍ରମ ସମ୍ପର୍କରେ ମାର୍ଗଦର୍ଶିକା ଜାରି କରିବାକୁ ମଧ୍ୟ ଦାବି ହୋଇଛି। କେନ୍ଦ୍ର ସରକାର ଏବଂ ୟୁପି ସମେତ ସମସ୍ତ ରାଜ୍ୟ ସରକାରଙ୍କୁ ପିଆଇଏଲରେ ପକ୍ଷଭୁକ୍ତ କରାଯାଇଛି।

ଏହି ଆବେଦନ ସୁପ୍ରିମକୋର୍ଟରେ ଅଭ୍ୟାସ କରୁଥିବା ଓକିଲ ବିଶାଲ ତିୱାରୀ ଦାୟର କରିଛନ୍ତି। ମହାକୁମ୍ଭରେ ହୋଇଥିବା ଏହି ଦଳାଚକଟାରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆବେଦନକାରୀମାନେ ଆଜି ମୁଖ୍ୟ ବିଚାରପତି ସଞ୍ଜିବ ଖାନ୍ନାଙ୍କ କୋର୍ଟରେ ଶୀଘ୍ର ଶୁଣାଣି ଦାବି କରିପାରନ୍ତି।

ଅପରପକ୍ଷରେ ମହାକୁମ୍ଭରେ ଦଳାକଟକଣା ଘଟଣାରେ ବିଚାର ବିଭାଗୀୟ ତଦନ୍ ହେବ। ଏନେଇ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏଥିପାଇଁ ୩ ଜଣିଆ ଜୁଡିସିଆଲ କମିଶନ ଗଠନ ହୋଇଛି। କମିଶନ ଘଟଣାର ତଦନ୍ତ କରି ଖୁବଶୀଘ୍ର ସରକାରଙ୍କୁ ରିପୋର୍ଟ ଦେବାକୁ ଯାଉଛି।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଜି ପୁଣି ଥରେ ପ୍ରୟାଗରାଜ ଆସିପାରନ୍ତି। ସେ ଫେବୃଆରୀ ୩ ତାରିଖରେ ହେବାକୁ ଥିବା ବସନ୍ତ ପଞ୍ଚମୀ ଅମୃତ ସ୍ନାନ ମହୋତ୍ସବର ପ୍ରସ୍ତୁତି ସମୀକ୍ଷା କରିବେ। ଏବେ ଲକ୍ଷ୍ନୌ ମହାକୁମ୍ଭରେ ଅଭିଜ୍ଞ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି। ସରକାର ମୃତକଙ୍କ ପରିବାରକୁ ୨୫ ଲକ୍ଷ ଆର୍ଥିକ ସହାୟତା ଦେବାକୁ ମଧ୍ୟ ଘୋଷଣା କରିଛନ୍ତି। ଏହା ବ୍ୟତୀତ ଗୁରୁବାର ଦିନ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ କରିବାକୁ ମୁଖ୍ୟ ସଚିବ ଏବଂ ଡିଜିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେ ପରିସ୍ଥିତିର ସମୀକ୍ଷା କରିବେ ଏବଂ ଏକ ରିପୋର୍ଟ ଦାଖଲ କରିବେ।

 

Comments are closed.