ପ୍ରୟାଗରାଜ: ମହାକୁମ୍ଭ ବେଳେ ଭାଇରାଲ ହୋଇଥିବା ଆଇଆଇଟି ବାବା ଅଭୟ ସିଂହଙ୍କୁ ଜୟପୁର ପୋଲିସ ଅଟକ ରଖିଛି। ସୋସିଆଲ ମିଡିଆରେ ସେ ଆତ୍ମହତ୍ୟା ଧମକ ଦେବା ପରେ ସୋମବାର ଦିନ ଶିପ୍ରା ପଥ ପୋଲିସ ରିଦ୍ଧି ସିଦ୍ଧି ପାର୍କ କ୍ଲାସିକ୍ ହୋଟେଲରେ ପହଞ୍ଚି ଆଇଆଇଟି ବାବାଙ୍କୁ ହେପାଜତକୁ ନେଇଥିଲା।
ସୂଚନା ଅନୁଯାୟୀ, ବାବାଙ୍କଠାରୁ ଗଞ୍ଜେଇ ମଧ୍ୟ ଉଦ୍ଧାର କରାଯାଇଛି। ତାଙ୍କ ବିରୁଦ୍ଧରେ ଏନଡିପିଏସ୍ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। ଜୟପୁର ପୋଲିସ ଅଭୟ ସିଂହଙ୍କୁ ପଚରାଉଚରା କରୁଛି।
ତେବେ ଆଇଆଇଟି ବାବା ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ସମ୍ପୂର୍ଣ୍ଣ ଘଟଣା ବିଷୟରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ପୋଲିସ ହୋଟେଲରେ ପହଞ୍ଚି ମୋତେ ହେପାଜତକୁ ନେଇଛି। ଏପରିକି ପୋଲିସ ମୋ ବିରୋଧରେ ଏଫଆଇଆର ମଧ୍ଯ ରୁଜୁ କରିଛି।
Comments are closed.