ଜୟପୁର: ପ୍ରଥମେ ଆସାମ ପଶ୍ଚିମବଙ୍ଗ, ଓ ଓଡିଶା ପରେ ଏବେ ରାଜସ୍ଥାନରେ ଆରମ୍ଭ ହୋଇଛି କଳା ହଳଦୀ ଚାଷ । ଏହା ଦେଖିବାକୁ ସାଧାରଣ ହଳଦୀ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ସର୍ବପ୍ରଥମେ କାମାକ୍ଷା ମନ୍ଦିରର ପାର୍ବତୀୟ ଅଞ୍ଚଳରେ କଳା ହଳଦୀ ମିଳିଥିଲା । ପଶ୍ଚିମବଙ୍ଗ ଓ ଆସାମରେ ପୂଜା ଓ ଶୁଭ କାର୍ଯ୍ୟରେ ଏହି ହଳଦୀର ବ୍ୟବହାର ହୋଇଥାଏ । ଖାଲି ସେତିକି ନୁହଁ କ୍ୟାନସର ଭଳି ଅସାଧ୍ୟ ରୋଗର ଚିକିତ୍ସାରେ ବ୍ୟବହାର ହୁଏ କଳା ହଳଦୀ ।
ଭାରତରେ ଆୟୁର୍ବେଦ ଓ ପ୍ରାକୃତିକ ଚିକିତ୍ସା ପ୍ରତି ଲୋକଙ୍କ ଇଚ୍ଛାଶକ୍ତି ବଢିବାରେ ଲାଗିଛି । ଯେଉଁଥିପାଇଁ କଳା ହଳଦୀର ବଜାର ବିକଶିତ ହେଉଛି । ଫଳରେ ଚାଷୀମାନଙ୍କ ପାଇଁ ଲାଭପ୍ରଦ ହେଉଛି କଳା ହଳଦୀ ଚାଷ । ଏହି ହଳଦୀକୁ କାଟିଲେ ନୀଳ ଓ ବାଇଗଣୀ ରଙ୍ଗର ଦେଖାଯାଉଥିବା ଏହି ହଳଦୀର ଅନେକ ଦୁର୍ଲଭ ଗୁଣ ରହିଛି । ଖାସ ଏଥିପାଇଁ ୭ ବର୍ଷ ଧରି ରାଜସ୍ଥାନରେ କଳା ହଳଦୀ ଚାଷ ହେଉଛି ।
କୃଷି ବିଶେଷଜ୍ଞଙ୍କ ମତରେ, ଯେଉଁଠାରେ ତାପମାତ୍ରା ୪୫ ରୁ ୫୦ ଡିଗ୍ରୀ ପର୍ଯ୍ୟନ୍ତ ରହୁଥିବ ଏବଂ ମାଟିର ହାଇଡ୍ରୋଜେନ ପୋଟେନ୍ସିଆଲ ୬ ରୁ ୮ ରହିଥାଏ ସେଠାରେ କଳା ହଳଦୀ ଚାଷ ସମ୍ଭବପର । ଗତ ୭ ବର୍ଷ ମଧ୍ୟରେ ଭାରତର ତଟୀୟ ଅଞ୍ଚଳରେ କଳା ହଳଦୀ ଚାଷ କରିବା ପାଇଁ ପ୍ରୟାସ କରାଯାଉଛି । ଜୟପୁର ଓ ସୀକର ଭଳି ସ୍ଥାନରେ କଳା ହଳଦୀ ଚାଷ ହୋଇ ଏହା ପ୍ରମାଣିତ ହୋଇସାରିଛି ।
କଳା ହଳଦୀ ନିଜ ଔଷଧୀୟ ଗୁଣ ଓ ଆର୍ଥିକ ସମ୍ଭାବନା କାରଣରୁ ଚାଷୀଙ୍କ ପାଇଁ ଲାଭଦାୟକ ଫସଲ ପ୍ରମାଣିତ ହୋଇପାରେ । ଏହି ଚାଷ କଲେ କମ ଖର୍ଚ୍ଚରେ ଚାଷ କରି ଅଧିକ ଲାଭ ମିଳିଥାଏ । ଏହା ସହ ଔଷଧୀୟ ଓ ଆୟୁର୍ବେଦ ମହତ୍ତ୍ବ କାରଣରୁ ଏହାର ଚାହିଦା ବଢିବାରେ ଲାଗିଛି । ଯେଉଁଥିରୁ ଚାଷୀଙ୍କୁ ଘରୋଇ ବଜାର ଓ ରପ୍ତାନୀରୁ ଭଲ ଦାମ ମିଳିପାରିବ ।
Comments are closed.