ଭଦ୍ରକ: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଆଜି ସପ୍ତମ ଦିନ । ସପ୍ତମ ଦିନ ତଥା ଶେଷ ଦିବସରେ ଭକ୍ତ ମାନଙ୍କୁ ମାଆ ଭଦ୍ରକାଳୀ ମହାଲଷ୍ମୀ ବେଶରେ ଦର୍ଶନ ଦେଉଛନ୍ତି । ମାଆଙ୍କର ଏହି ବେଶକୁ ଦର୍ଶନ କରିବା ପାଇଁ ସକାଳୁ ସକାଳୁ ମାଆଙ୍କ ପୀଠରେ ଭକ୍ତ ମାନଙ୍କର ଭିଡ଼ ଦେଖିବାକୁ ମିଳିଛି ।
ମାଆଙ୍କର ଏହି ମହାଲଷ୍ମୀ ବେଶରେ ଦର୍ଶନ କଲେ ଧନ, ଧାନ୍ୟ ପ୍ରାପ୍ତି ହୋଇଥାଏ, ଶାନ୍ତି, ସ୍ବସ୍ତି, ଆନନ୍ଦ, ସିଦ୍ଧି, ରିଦ୍ଧି, ବୃଦ୍ଧି ପ୍ରାପ୍ତ୍ୟ ହୋଇଥାଏ । ସ୍ଥାବର, ଜଙ୍ଗମ, କୀଟ, ପତଙ୍ଗ, ସମସ୍ତ ଙ୍କର ମଙ୍ଗଳ କାମନା କରିଥାନ୍ତି ମାଆ ଏବଂ ସମସ୍ତ ଭକ୍ତ ମାନଙ୍କ ମଙ୍ଗଳ କାମନା କରିବା ସହ ସମସ୍ତଙ୍କ ପ୍ରତି ଶୁଭ ଦୃଷ୍ଟି ଦେଇଥାନ୍ତି ବୋଲି ବିଶ୍ୱାସ ରହିଛି ।
କାଳୀପୂଜା ଠାରୁ ଚାଲିଥିବା ୭ ଦିନ ବ୍ୟାପି ବିଶ୍ଵଶାନ୍ତି ମହାଯଜ୍ଞ, ଚଣ୍ଡୀ ପାଠ, ବେଦ ପାଠ ଓ ନାମ ସଂକୀତ୍ତର୍ନରେ ପ୍ରକମ୍ପିତ ହେଉଥିବା ବେଳେ ଆଜି ପୁର୍ଣ୍ଣାହୁତି ହେବ । ଏଥିପାଇଁ ମା’ଙ୍କ ପୀଠରେ ଭକ୍ତ ମାନଙ୍କ ଭିଡ଼ ଦେଖିବାକୁ ମିଳିଛି । କେବଳ ଜିଲ୍ଲା ନୁହେଁ ଜିଲ୍ଲା ବାହାରୁ ମଧ୍ୟ ଭକ୍ତ ମାନେ ଆସି ମା’ଙ୍କୁ ଦର୍ଶନ କରି ଆଶ୍ରିବାଦ ନେଉଛନ୍ତି ।
Comments are closed.