ଭୁବନେଶ୍ବର: ମହାନଦୀ ଜଳ ବିବାଦ ପ୍ରସଙ୍ଗ । ଛତିଶଗଡ଼ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନାକୁ ନେଇ ବିଜେଡିର କଟାକ୍ଷ । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଗଣମାଧ୍ୟକୁ କହିଛନ୍ତି ଯେ, ଯଦି ଉଭୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ତାହା ସ୍ୱାଗତଯୋଗ୍ୟ । ଆମେ ମଧ୍ୟ ସମସ୍ତେ ମହାନଦୀ ବିବାଦର ସମାଧାନ ଚାହୁଁଛୁ ।
ସେ ଆହୁରି କହିଛନ୍ତି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଅନେକ ଥର ଏନେଇ ଉଦ୍ୟମ ହୋଇଛି । ବାରମ୍ବାର କେନ୍ଦ୍ର ଓ ଛତିଶଗଡ଼ ସହ ଆଲୋଚନା ହୋଇଛି । ହେଲେ ଛତିଶଗଡ଼ର ଜିଦଖୋର ମନୋଭାବ ପାଇଁ ସମାଧାନ ହୋଇପାରିନି । ହେଲେ କେବଳ ଚା’ କପ ଉପରେ ଆଲୋଚନା ନ କରି ଯଦି ସମାଧାନର ଇଚ୍ଛା ଅଛି ଛତିଶଗଡ଼ ନିର୍ମାଣ କରୁଥିବା ବ୍ୟାରେଜ କାମ ବନ୍ଦ କରୁ ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ।
ସେ ଆହୁରି କହିଛନ୍ତି ଯେ, ଅନେକ ବ୍ୟାରେଜ କାମ ଶେଷ ହୋଇସାରିଲାଣି । ଯଦି ଉଭୟ ସରକାର ଫଳପ୍ରଦ ଆଲୋଚନା ସହ ଆପୋଷ ସାମଧନ ଚାହୁଁଛନ୍ତି ତାହାଲେ କାମ ପ୍ରଥମେ ବନ୍ଦ କରି ଆଲୋଚନା କରନ୍ତୁ । ମାମଲା ଟ୍ରିବ୍ୟୁନାଲରେ ଅଛି । ତେଣୁ ଉଭୟ ସରକାର ଆପୋଷ ସମାଧାନ କରିପାରିବେ କି ନାହିଁ ଦେଖନ୍ତୁ । ନୂଆ ସରକାର ସବୁବେଳେ ପୂର୍ବ ସରକାର ଉପରେ ଦୋଷ ଲଦୁଛନ୍ତି । ତେଣୁ ତୁରନ୍ତ ସମାଧାନର ରାସ୍ତା ବାହାର କରିବାକୁ ରାଜ୍ୟ ସରକାରଙ୍କୁ ଆହ୍ବନ ଦେଇଛନ୍ତି ବିଜେଡି ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ।
Comments are closed.