Latest Odisha News

BREAKING NEWS

ରାତିରେ ଘରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

ଭଦ୍ରକ: ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ସମ୍ପୂର୍ଣ୍ଣ ଘର । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଛାରଖାର ହୋଇଛି । ଭଦ୍ରକ ସହରାଞ୍ଚ ୨୦ନମ୍ୱର ଓ୍ୱାର୍ଡର ଶଙ୍କରପୁର ଏହି ଅଗ୍ନିକାଣ୍ଡ ହୋଇଛି । ଗତକାଲି ବିଳମ୍ବିତ ରାତିରେ ହଠାତ୍‌ ହାଜର ବିବିଙ୍କର ଘରେ ନିଆଁ ଲାଗିଥିଲା ।

ନିଆଁ ଚାହୁଁ ଚାହୁଁ ୩ ବଖରା ଘରକୁ ଗିଳି ଦେଇଥିଲା । ଘର ଭିତରୁ ସମସ୍ତ ଲୋକ ଘରୁ ବାହାରି ଆସିଥିଲେ । ନିଆଁ ଆଁ ଭିତରେ ଚାଲିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସେତେବେଳେ ସବୁ ଜଳି ପୋଡ଼ି ଛାରଖାର ହୋଇଯାଇଥିଲା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.