ରହସ୍ୟ ଘେରରେ ମାହାଙ୍ଗା ଗଣହତ୍ୟା ମାମଲା । ଏକୁଟିଆ ଶିବ ୫ ଜଣଙ୍କୁ କିପରି କଲା ହତ୍ୟା, ତାହାକୁ ନେଇ ଏବେ ବି ସନ୍ଦେହ ବଢିବାରେ ଲାଗିଛି । ଏହାରି ଭିତରେ ଅଭିଯୁକ୍ତ ଶିବ ସାହୁର ତିନି ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଛି । ଆଜି ତାକୁ କୋର୍ଟରେ ହାଜର କରାଯିବ । ଆଗକୁ ଆବଶ୍ୟକ ପଡ଼ିଲେ ପୁଣି ଥରେ ରିମାଣ୍ଡରେ ଅଣାଯାଇପାରେ ।
ଗତକାଲି ରିମାଣ୍ଡର ଶେଷ ଦିନରେ ଶିବକୁ ନେଇ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ବଜାରରେ ପହଞ୍ଚିଥିଲା ପୋଲିସ । ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀ ଶାଣ କରିଥିବା ପ୍ରଦୀପ ମହାରଣାଙ୍କୁ ନିଆଯାଇଥିଲା । ସେହି ଦୋକାନରେ କଟୁରୀ ଶାଣ କରିଥିଲା ବୋଲି କହିଥିଲା ଶିବ । ଗୁରୁବାର ଦିନ ଶିବକୁ ରିମାଣ୍ଡରେ ଆଣିଥିଲା ପୋଲିସ ।
ସେ ପ୍ରଥମ ଦିନରେ ପୋଲିସକୁ ସହଯୋଗ କରିନଥିବା ବେଳେ ଦ୍ୱିତୀୟ ଦିନରେ ପୋଲିସ କ୍ରାଇମସିନ୍ ରିକ୍ରିଏସନ୍ କରିଥିଲା । ହେଲେ ଏଯାଏଁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିନଥିବାରୁ ତଦନ୍ତ ଆଗେଇ ପାରୁନଥିବା କୁହାଯାଉଛି ।
Comments are closed.