Latest Odisha News

ମହନ୍ତ ନରେନ୍ଦ୍ର ଗିରି ମୃତ୍ୟୁ ମାମଲା: ୧୪ ଦିନ ପୋଲିସ ହାଜତରେ ରହିବେ ଶିଷ୍ୟ

ନୂଆଦିଲ୍ଲୀ: ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ଆନନ୍ଦ ଗିରି ଓ ଆଦ୍ୟ ତିୱାରୀଙ୍କ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି। ମହନ୍ତଙ୍କ ମୃତଦେହ ମିଳିବାର କିଛି ଘଣ୍ଟା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଥିଲା।

ଏବିଏପି ସଭାପତି ଆଚାର୍ଯ୍ୟ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାରେ ଏହି ଦୁଇ ଅଭିଯୁକ୍ତଙ୍କୁ ୨୨ ସେପ୍ଟେମ୍ବର ବୁଧବାର ଦିନ କୋର୍ଟରେ ହାଜର ହେବାକୁ ଧାର୍ଯ୍ୟ କରାଯାଇଥିଲା। ଆନନ୍ଦ ଗିରି ଏବଂ ଆଦ୍ୟ ତିୱାରୀ କୋର୍ଟରେ ହାଜର ହୋଇଥିଲେ।

ମହନ୍ତ ନରେନ୍ଦ୍ର ଗିରିଙ୍କ ଶିଷ୍ୟ ଆନନ୍ଦ ଗିରିଙ୍କ ବିରୋଧରେ ଏହି ମାମଲାରେ ଏକ ମାମଲା ରୁଜୁ ହୋଇଥିଲା।  ତାଙ୍କୁ ସୋମବାର ରାତିରେ ହରିଦ୍ୱାରରୁ ଗିରଫ କରାଯାଇଥିଲା।

Comments are closed.