Latest Odisha News

ଗୋ-ଧ୍ବଜା ସ୍ଥାପନା ସହ ଗୋ-ମାତାକୁ ରାଷ୍ଟ୍ର ମାତା ଘୋଷଣା ପାଇଁ ଓଡିଶା ଆସିବେ ଶଙ୍କରାଚାର୍ଯ୍ୟ

ଭୁବନେଶ୍ବର: ସନାତନ ଧର୍ମରେ ଗାଈକୁ ମା’ର ମାନ୍ୟତା ଦିଆଯାଇଛି, ଏହା ସନାତନ ଧର୍ମୀ ହିନ୍ଦୁମାନଙ୍କର ପବିତ୍ର ଭାବନା ଓ ବିଶ୍ୱାସ । ଏହି ଧାର୍ମିକ ବିଶ୍ୱାସ ପାଇଁ ସମ୍ବିଧାନ ଓ ଆଇନରେ ଗାଈକୁ ରାଜ୍ୟ ତାଲିକାରୁ ହଟାଇ କେନ୍ଦ୍ରୀୟ ତାଲିକାରେ ରଖାଯାଇଛି ଏବଂ ଗୋ ମାତାଙ୍କୁ ସମ୍ମାନ ଦେବା ସହ ଗୋହତ୍ୟା ମୁକ୍ତ ଭାରତରେ ପରିଣତ କରିବା ପାଇଁ ଆନ୍ଦୋଳନ ଜାରି ରହିଛି ।

ଯାହାକୁ ନେଇ ପୂଜ୍ୟ ଜ୍ୟୋତିଷପୀଠଧିଶ୍ୱର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଅବିମୁକ୍ତେଶ୍ୱରାନନ୍ଦଙ୍କ ନିର୍ଦ୍ଦେଶ ଓ ନେତୃତ୍ୱରେ ସମଗ୍ର ଭାରତରେ ଗୋ-ପ୍ରତିଷ୍ଠା ଆନ୍ଦୋଳନ ଅଧୀନରେ ସେପ୍ଟେମ୍ବର ୨୨ରୁ ଅକ୍ଟୋବର ୨୬ ପର୍ଯ୍ୟନ୍ତ ଗୋ-ଧ୍ଵଜା ପ୍ରତିଷ୍ଠା ଭାରତ ଯାତ୍ରା ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି, ଯାହା ଭାରତର ସମସ୍ତ ୩୭ଟି ରାଜ୍ୟର ରାଜଧାନୀକୁ ଯିବ ଏବଂ ସେଠାରେ ଏକ ଗୋ-ଧ୍ଵଜା ସ୍ଥାପନ କରାଯିବ।

ଆସନ୍ତା ୬ ତାରିଖ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱରରେ ଗୋ-ଧ୍ଵଜା ଓ ଗୋ-ମହାସଭା ସ୍ଥାପନ କାର୍ଯ୍ୟକ୍ରମରେ ପୂଜ୍ୟ ଶଙ୍କରାଚାର୍ଯ୍ୟ ସ୍ୱାମୀ ଶ୍ରୀ ଅବିମୁକ୍ତେଶ୍ୱରାନନ୍ଦ ଯୋଗ ଦେବେ । ଏହାପରେ ସେ ଛତିଶଗଡ଼ ଅଭିମୁଖେ ଯାତ୍ରା କରିବେ ।

ଏହି ଯାତ୍ରାର ଉଦ୍ଦେଶ୍ୟ ହେଉଛି ସମଗ୍ର ଭାରତରେ ଗୋ-ପ୍ରତିଷ୍ଠା ଆନ୍ଦୋଳନ ପାଇଁ ଦେଶର ଗୋ-ଭକ୍ତ ହିନ୍ଦୁମାନଙ୍କୁ ଜାଗ୍ରତ କରିବା ଏବଂ ଗୋ-ହତ୍ୟାର କଳଙ୍କ ଦୂର କରିବା ଓ ଗୋ-ମାତାଙ୍କୁ ସମ୍ମାନ ଦେବା । ଏହି ଗୋ-ଧ୍ଵଜା ସ୍ଥାପନା ପଦଯାତ୍ରାର ଉଦ୍ଦେଶ୍ୟ ହେଉଛି: ଗୋମାତା, ରାଷ୍ଟ୍ର ମାତା–ରାଷ୍ଟ୍ର ମାତା, ଭାରତ ମାତା ।

ଗୋ-ଧ୍ଵଜା ସ୍ଥାପନା ଦେଶର ରାଜଧାନୀ ଦିଲ୍ଲୀର ଗୋପାଷ୍ଟମୀ ଅବସରରେ ନଭେମ୍ବରରେ ୭, ୮ ଏବଂ ୯ରେ ଦେଶବ୍ୟାପୀ ତିନି ଦିନିଆ ଗୋ- ପ୍ରତିଷ୍ଠା ମହାସମ୍ମିଳନୀ ଅନୁଷ୍ଠିତ ହେବ, ଯାହା ଭାରତ ସରକାରଙ୍କୁ ଗୋ-ହତ୍ୟା କଳଙ୍କକୁ ହଟାଇ ଗୋ-ମାତା କୁ ରାଷ୍ଟ୍ର ମାତା ର ପ୍ରତିଷ୍ଠା ଦେବା ରେ ନିର୍ଣ୍ଣାୟକ ହେବ ।

ସୂଚନାଯୋଗ୍ୟ, ସ୍ୱାଧୀନତା ପରଠାରୁ ଗୋମାତାଙ୍କ ସ୍ଥିତି ଓ ସୁରକ୍ଷା ପାଇଁ ୧୯୬୬ ମସିହାରୁ ଧର୍ମ ସମ୍ରାଟ ଯାତିଚକ୍ର ଚୁଡ଼ାମଣି ପୂଜ୍ୟ କରପାତ୍ରୀ ଜୀ ମହାରାଜଙ୍କ ନେତୃତ୍ୱରେ ଗୋରକ୍ଷା ଆନ୍ଦୋଳନ ଚାଲିଛି । ଯେଉଁଥିପାଇଁ ହଜାର ହଜାର ଗୋ ଭକ୍ତଙ୍କୁ ବଳି ଦିଆଯାଇଥିଲା । ଗୋମାତାଙ୍କୁ ରାଷ୍ଟ୍ରମାତା ଭାବରେ ସମ୍ମାନ ଦେଇ ଗୋହତ୍ୟା ମୁକ୍ତ ଭାରତରେ ପରିଣତ କରିବା ଉଦ୍ଦେଶ୍ୟରେ ପରମ ଗୋଭକ୍ତ ପୂଜ୍ୟ ଗୋପାଳ ମଣି ଜୀ ଗୋ ପ୍ରତିଷ୍ଠା ଆନ୍ଦୋଳନର ନେତୃତ୍ୱ ନେଇ ଏହାକୁ ସମଗ୍ର ଦେଶରେ ବଞ୍ଚାଇ ରଖିଥିଲେ ଏବଂ ଏହି ପବିତ୍ର ଅଭିଯାନରେ ଚାରିଟି ପୀଠର ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ ଲାଭ କରିଥିଲେ ।

ଗୋମାତାଙ୍କୁ ରାଷ୍ଚ୍ର ମାତା ଭାବରେ ସମ୍ମାନିତ କରିବା ସହ ଗୋହତ୍ୟା ଆଇନକୁ ନିଷିଦ୍ଧ କରିବା ଓ ଚାରୋଟି ପୀଠର ଶ୍ରଦ୍ଧାଳୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ଅଭିଷେକ ଓ ସମର୍ଥନ ପାଇଁ ଦେଶରେ ଗୋ ସଂସଦ ଆୟୋଜନ କରାଯାଇଥିଲା । ଯେଉଁଥିରେ ରାମା ଗୌ ପ୍ରତିଷ୍ଠା ସଂହିତା ବିଲ୍ ସମେତ ୪୨ ବିନ୍ଦୁ ଧର୍ମାଦେଶ ମଧ୍ୟ ପାରିତ ହୋଇଛି ।

ଏହି ଆନ୍ଦୋଳନର ନିର୍ଦ୍ଦେଶନା ଦେଉଛନ୍ତି ପରମ ପୂଜ୍ୟ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଅବିମୁକ୍ତେଶ୍ୱରାନନ୍ଦ ମହାରାଜ । ସେ ଚଳିତବର୍ଷ ମାର୍ଚ୍ଚ ୧୪ ରୁ ୨୮ ମାର୍ଚ୍ଚ ପର୍ଯ୍ୟନ୍ତ ଗୋବର୍ଦ୍ଧନରୁ ଦିଲ୍ଲୀ ପର୍ଯ୍ୟନ୍ତ ଖାଲି ପାଦରେ ପଦଯାତ୍ରା କରିଥିଲେ । ଜଗଦଗୁରୁ ଜ୍ୟୋତିଷପୀଠଧୀଶ୍ୱର ଶଙ୍କରାଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ଗୋ-ପ୍ରତିଷ୍ଠାନର ଅଭିଯାନ କ୍ରମାଗତ ଭାବେ ସାରା ଦେଶରେ ଚାଲିଛି ।

Comments are closed.