Latest Odisha News

BREAKING NEWS

ନିର୍ବାଚନ ପୂର୍ବରୁ ସରକାରଙ୍କ ବଡ଼ ନିଷ୍ପତ୍ତି, ଆଉ ଦେବାକୁ ପଡିବନି ଟୋଲ୍ ଫି

ମୁମ୍ବାଇ: ବିଧାନସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରର ସିନ୍ଦେ କ୍ୟାବିନେଟ୍ ଏକ ବଡ଼ ଘୋଷଣା କରିଛନ୍ତି। ଆଜି ମଧ୍ୟରାତ୍ର ପରଠାରୁ ସମସ୍ତ ପ୍ରକାର ହାଲୁକା ଯାନ ପାଇଁ ଟୋଲ୍-ଫି ଛାଡ଼ କରିଛନ୍ତି ଏକନାଥ ସିନ୍ଦେ ସରକାର। ମୁମ୍ବାଇର ସମସ୍ତ ପାଞ୍ଚଟି ଟୋଲ୍ ବୁଥରେ ଏହି ନିୟମ କାର୍ଯ୍ୟକାରୀ ହେବ।

ଏହି ଘୋଷଣା ପରେ ଛୋଟ ଯାନବାହନକୁ ସମସ୍ତ ପାଞ୍ଚ ଟୋଲ ବୁଥରେ କୌଣସି ଟୋଲ ଦେବାକୁ ପଡ଼ିବ ନାହିଁ। ମୁମ୍ବାଇର ପ୍ରବେଶ ପଏଣ୍ଟରେ ଏହି ପାଞ୍ଚଟି ଟୋଲ୍ ବୁଥ୍ ରହିଛି। ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମୁମ୍ବାଇର ସମସ୍ତ ୫ଟି ବୁଥରୁ ହାଲୁକା ଯାନ ପାଇଁ ଟୋଲ୍-ଫି ଆଦାୟ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘୋଷଣା କରିଛନ୍ତି। ଟୋଲ୍-ଫି ଛାଡ଼ ହୋଇଥିବା ହାଲୁକା ଯାନଗୁଡ଼ିକ ହେଉଛି- କାର, ଜିପ୍, ଭ୍ୟାନ୍ ଏବଂ ମିନି ଟ୍ରକ୍। ରିପୋର୍ଟ ଅନୁସାରେ, ମହାରାଷ୍ଟ୍ରକୁ ଦୈନିକ ଛଅ ଲକ୍ଷରୁ ଅଧିକ ଯାନ ମୁମ୍ବାଇ ଦେଇ ଯାଏ। ସେଥିମଧ୍ୟରୁ ୮୦ ପ୍ରତିଶତ ହାଲୁକା ମୋଟର ଯାନ ରହିଛି।

ଆଗକୁ ଦୀପାବଳି ଆସୁଥିବାରୁ ଏହି ଘୋଷଣା ମୁମ୍ବାଇ ଏବଂ ମୁମ୍ବାଇ ଆସୁଥିବା ଲୋକଙ୍କ ପାଇଁ ଖୁସି ଖବର। ମହାରାଷ୍ଟ୍ର ମନ୍ତ୍ରୀ ଦାଦାଜୀ ଦଗଡୁ ଭୁସେ କହିଛନ୍ତି, “ମୁମ୍ବାଇରେ ପ୍ରବେଶ ସମୟରେ ଡାହିସର ଟୋଲ, ଆନନ୍ଦ ନାଗର ଟୋଲ, ବୈଶାଳୀ, ଏୟାରୋଲି ଏବଂ ମୁଲୁଣ୍ଡ ସମେତ ୫ ଟି ଟୋଲ ପ୍ଲାଜା ରହିଛି। ଏହି ଟୋଲଗୁଡିକ ୪୫ ଏବଂ ୭୫ ଟଙ୍କା ଆଦାୟ କରାଯାଉଥିଲା, ଯାହା ୨୦୨୬ ପର୍ୟ୍ୟନ୍ତ ଆଦାୟ ହୋଇଥାନ୍ତା। ଏହି ସ୍ଥାନ ମାନଙ୍କରେ ପ୍ରାୟ ୩.୫ ଲକ୍ଷ ଯାନବାହନ ଚଳାଚଳ କରେ। ସେଥିମଧ୍ୟରୁ ୨.୮୦ ଲକ୍ଷ ହାଲୁକା ଯାନ ଥିଲା। ତେଣୁ ସୋମବାର ସରକାର ଲାଇଟ ଗାଡିଗୁଡ଼ିକୁ ଟୋଲରୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ”

Leave A Reply

Your email address will not be published.