Latest Odisha News

BREAKING NEWS

ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ପଦରୁ ଇସ୍ତଫା ଦେଲେ ନାନା ପଟୋଲେ

ମୁମ୍ବାଇ : ନାନା ପଟୋଲେ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି । ବିଧାନସଭା ଉପବାଚସ୍ପତି ନରହରୀ ଝିରୱାଲଙ୍କ ନିକଟରେ ନାନା ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି । ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ତାଙ୍କୁ ଦିଆଯିବାକୁ ଥିବାରୁ ସେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ନାନା ପାଟୋଲଙ୍କ ଇସ୍ତଫା ପରେ ମହା ବିକାଶ ଆଘାଡି ଗଠବନ୍ଧନରେ ଶିବସେନା, କଂଗ୍ରେସ ଏବଂ ଏନସିପି ନୂତନ ବାଚସ୍ପତି ଭାବେ କାହାକୁ ବାଛିବେ ସେ ନେଇ ଅଙ୍କକଷା ଆରମ୍ଭ କରିଛନ୍ତି ।

ରାଜନୀତିରେ ନାନା ପାଟୋଲ ବିଦର୍ଭରୁ ଆସିଛନ୍ତି ଯାହାର କୁନ୍‌ବୀ ସମାଜରେ ବହୁତ ପ୍ରଭାବ ରହିଛି । ନାନା ପାଟୋଲ ଭଣ୍ଡାରା ଜିଲ୍ଲାର ସାକୋଲି ସିଟ୍ ର ଜଣେ ବିଧାୟକ । ପାର୍ଟି ସୂତ୍ରରୁ ପ୍ରକାଶ ଯେ ସେ ରାଜସ୍ୱ ମନ୍ତ୍ରୀ ବାଲାସାହେବ ଥୋରାଟଙ୍କୁ ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ ମୁଖ୍ୟ ପଦରୁ ବଦଳାଇବ ଦଳ ।

Comments are closed.