Latest Odisha News

ପୁଣି ଲକ୍‌ଡାଉନ ହେବ ମହାରାଷ୍ଟ୍ର !

ନୂଆଦିଲ୍ଲୀ: ପୁଣି ମହାରାଷ୍ଟ୍ରରେ ହୋଇପାରେ ଲକ୍‌ଡାଉନ୍‌। ରାଜ୍ୟରେ ସମ୍ଭାବ୍ୟ ଲକ୍‌ଡାଉନ୍‌ ନେଇ ଚିନ୍ତା ଜତାଇଛନ୍ତି ସରକାର। ମହାରାଷ୍ଟ୍ରରେ କରୋନାର ତୃତୀୟ ତରଙ୍ଗ ‘ଡେଲଟା ପ୍ଲସ୍’ ଭାରିଆଣ୍ଟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ମହା ସରକାର। ଏହାକୁ ନେଇ ରାଜ୍ୟ ସରକାରଙ୍କ ଜଣେ ବିଭାଗୀୟ ଅଧିକାରୀ କହିଛନ୍ତି ଯେ ଯଦି କରୋନା ତୃତୀୟ ଲହରର ପ୍ରକୋପ ବଢିବାରେ ଲାଗେ ତେବେ ପୁଣି ଥରେ ରାଜ୍ୟରେ ଲକ୍‌ଡାଉନ୍‌ ହେବାର ସମ୍ଭାବନା ରହିଛି।

ରାଜ୍ୟ ମୁଖ୍ୟ ସଚିବ କହିଛନ୍ତି ଯେ ଯଦି ତୃତୀୟ ତରଙ୍ଗ ସମୟରେ କରୋନା ମାମଲା ଉଦ୍‌ବେଗଜନକ ଭାବେ ବୃଦ୍ଧି ଘଟେ ତେବେ ଲକ୍‌ଡାଉନ୍‌ ସମ୍ଭାବନାକୁ ଅସ୍ୱୀକାର କରାଯାଇପାରିବ ନାହିଁ।

ଏହାପୂର୍ବରୁ, ଜୁନ୍ ୧୬ ରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସମ୍ଭାବ୍ୟ ତୃତୀୟ ତରଙ୍ଗ ଉପରେ ଆଲୋଚନା କରିଥିଲେ। ସୂଚନା ଅନୁଯାୟୀ  “ସକ୍ରିୟ ରୋଗୀଙ୍କ ସଂଖ୍ୟା ଆଠ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିପାରେ ଏବଂ ସେମାନଙ୍କ ମଧ୍ୟରୁ ୧୦ ପ୍ରତିଶତ ଶିଶୁ ହୋଇପାରନ୍ତି। ”

“ଡେଲଟା ପ୍ଲସ୍ ଭାରିଆଣ୍ଟ ମହାରାଷ୍ଟ୍ରରେ ତୃତୀୟ ତରଙ୍ଗ ସୃଷ୍ଟି କରିପାରେ। ଏହା ଦୁଇଗୁଣ ହାରରେ ବିସ୍ତାର ହୋଇପାରେ ବୋଲି ଜଣେ ଅଧିକାରୀ କହିଛନ୍ତି।”

Comments are closed.