Latest Odisha News

BREAKING NEWS

ତପୁଙ୍କ ଆଶୁ ଆରୋଗ୍ୟ କାମନା

ଭୁବନେଶ୍ୱର: ମହାମାରୀ କରୋନା କବଳରେ ସେଲିବ୍ରିଟି । କିଛି ଦିନ ହେଲା କଣ୍ଠଶିଳ୍ପୀ ତପୁ ମିଶ୍ର କରୋନାରେ ଆ୍ରକାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଦିନକୁ ଦିନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡୁଥିବା ବେଳେ ଅମ୍ଳଜାନ ସ୍ତର ଖସିବାରେ ଲାଗିଛି । ତପୁଙ୍କର ଏବେ ଲମ୍ବା ସମୟ ଧରି ଚିକିତ୍ସା ଚାଲିବ ଏବଂ ଆବଶ୍ୟକ ପଡ଼ିଲେ ଏକ୍‌ମୋ ଚିକିତ୍ସା ତଥା ଫୁସ୍‌ଫୁସ୍‌ ପ୍ରତିରୋପଣ ପାଇଁ ବି ଡାକ୍ତର କହିପାରନ୍ତି । ଅଭିଜ୍ଞ ଡାକ୍ତରୀଦଳ ନିୟୋଜିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ପରିବାର । ସମ୍‌ର ଡାକ୍ତରମାନେ ତପୁଙ୍କୁ ବଞ୍ଚାଇବାକୁ ଚେଷ୍ଟା ଚଳାଇଥିବା ବେଳେ ଏକ ବୈଷୟିକ ଟିମ୍‌ର ଆବଶ୍ୟକତା ରହିଥିବାରୁ ରାଜ୍ୟ ସରକାର ଏ ନେଇ ସହୃଦୟତା ପ୍ରକାଶ କରିବେ ବୋଲି ତପୁଙ୍କ ପରିବାର ଆଶା ବ୍ୟକ୍ତ କରିଛନ୍ତି ।

ଅଧିକ ଦିନ ପର୍ଯ୍ୟନ୍ତ ତାଙ୍କର ଚିକିତ୍ସା ଚାଲିବ ଓ ଦରକାର ପଡିଲେ ତାଙ୍କୁ ଏୟାରଲିଫ୍ଟ କରାଯିବାର ଯୋଜନା ମଧ୍ୟ ରହିଛି । ତାଙ୍କର ଚିକିତ୍ସାରେ ସହଯୋଗ ପାଇଁ ପରିବାର ସହ କଳାକାର ମାନେ ବି ଆଗେଇ ଆସିଛନ୍ତି । ଏନେଇ ସମସ୍ତଙ୍କର ସହୃଦୟ ସହାୟତା ଦରକାର ହୋଇଥିବା ବେଳେ ଓଡ଼ିଶା ସମ୍ବାଦ ପକ୍ଷରୁ ମଧ୍ୟ ତପୁଙ୍କ ଆଶୁ ଆରୋଗ୍ୟ କାମନା । ।

 

Leave A Reply

Your email address will not be published.