Latest Odisha News

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀଙ୍କ  ଦେହାନ୍ତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ନେତା ମନୋହର ଯୋଶୀଙ୍କ  ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା । ଗତ ବୁଧବାର ସେ ହୃଦଘାତର ଶିକାର ହୋଇଥିଲେ । ଏହାପରେ ତାଙ୍କୁ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ଆଇସିୟୁରେ ଥିଲେ । ଆଜି ଭୋର ୩ ଟା ୨ ମିନିଟରେ ତାଙ୍କର ପରଲୋକ ହୋଇଛି । ଶେଷ ଦର୍ଶନ ପାଇଁ  ସକାଳ ୧୧ଟାରୁ ଦ୍ୱପହର ୨ଟା ଯାଏଁ  ତାଙ୍କ ବାସଭବନରେ  ପାର୍ଥିବ ଶରୀରକୁ ରଖାଯିବ । ଏହାପରେ ଦାଦର ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ ।

ସୂଚନାଯୋଗ୍ୟ, ମନୋହର ଯୋଶୀ ୧୯୯୫ରୁ ୧୯୯୯ ପର୍ଯ୍ୟନ୍ତ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲେ । ଅବିଭକ୍ତ ଶିବସେନାର ପ୍ରଥମ ନେତା ଯିଏ କି ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେ ସାଂସଦ ମଧ୍ୟ ଥିଲେ ।  ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ବାଜପେୟୀ ସରକାରରେ  ଲୋକସଭା ବାଚସ୍ପତି ଭାବେ କାର୍ଯ୍ୟ କରିଛନ୍ତି ।

Leave A Reply

Your email address will not be published.